Sambad
ଜୟପୁର: ଗତ ସେପଟମ୍ବର ୧୨ତାରିଖ ଦିନ କୋରାପୁଟ ଜିଲ୍ଲା ସଂଗ୍ରହଳାୟରେ ଚୋରି ପରେ କେତେ ଦୁର ଏହା ସୁରକ୍ଷିତ ଅବସ୍ଥାରେ ରହିଛି ତାହାକୁ ନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି। ଅନ୍ୟ ପକ୍ଷରେ ତିନି ମାସ ପରେ ପୁଲିସ ପ୍ରଥମେ ଜଣେ ନାବାଳକ ଅଭିଯୁକ୍ତ ଧରିଥିଲା। ତା’ ନିକଟରୁ ଅଳ୍ପ କିଛି ଆଦିବାସୀ ଅଳଙ୍କାର ଆଦି ଉଦ୍ଧାର କରିଥିଲେ। ତାକୁ ପଚାରାଉଚାରା କରିବା ପରେ ପୁଲିସ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତର ଟେର ପାଇଥିଲା। ମାନ୍ୟବର କୋର୍ଟରେ ଅଭିଯୁକ୍ତ କୁହାଯାଉଥିବା ବାଦଲକୁ ବିଚାର ବିଭାଗୀୟ ହାଜତରୁ ରିମାଣ୍ଡରେ ଗତକାଲି ଆଣିଥିଲା। ରିମାଣ୍ଡରେ ଅଣାଯାଇଥିବା ଅଭିଯୁକ୍ତ ବାଦଲ ଅନ୍ୟ ଏକ ମାମଲାରେ ନଭେମ୍ବର ୧୦ରୁ ବିଚାର ବିଭାଗୀୟ ହାଜତରେ ରହିଛି। ଏବଂ ଅଭିଯୁକ୍ତ ବାଦଲକୁ ପଚାରାଉଚାରା କରିବା ପରେ ସେ ସ୍ଥାନୀୟ ନୀଳକଣ୍ଠସାଗର ହୁଡା ପାର୍ଶ୍ବରେ ଏହି ସବୁ ପୋତି ଦେଇଥିବା ରାଜି ହୋଇଥିଲା। ପୁଲିସ ଅଭିଯୁକ୍ତ ଦେଖାଇଥିବା ପୋଖରୀହୁଡାରୁ ହାତୀଦାନ୍ତର ରଥ, ଡୋକ୍ରାର ଘୋଡା, ବାଘ ନଖ, ଚେନ୍ ,ପିତଳରାଧା ମୂର୍ତ୍ତୀ, ରୁପାର କିଛି ସାମଗ୍ରୀ ଆଦି ଉଦ୍ଧାର କରିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ବିଷ୍ଣୁ ଚରଣ ବେହେରା କହିଛନ୍ତି।
ପ୍ରକାଶଯୋଗ୍ୟ, ଜିଲ୍ଲା ସଂଗ୍ରହଳାୟ ପରିସରେ ଶତାଧିକ କଳାକୃର୍ତ୍ତି, ୪୭ଟି ବିରଳ ଜୌନ ଓ ବୌଦ୍ଧ ମୂର୍ତ୍ତି, କୋରାପୁଟରେ ହଜିଯାଇଥିବା ୧୨୦ ପ୍ରକାରର ଧାନ ବିହନ ନମୂନା, ୨୦ରୁ ଅଧିକ ପ୍ରକାରର କାଠର ନମୂନା, ଡାଲି ଜାତୀୟ ଦ୍ରବ୍ୟ, ଶିଳାଲିପି, ଖଣିଜ ପଦାର୍ଥ, ପେପର ତିଆରି ପାଇଁ ଅବଶ୍ୟକ କଞ୍ଚାମାଲ, ଟେରାକୋଟା, ଗୋବର କଣ୍ଡେଇ, ଲାଖ କାମ, ଆଦିବାସୀ ଲୁଗା, ୬୦ରୁ ବିରଳମୁଦ୍ରା, ହାତୀ ଦାନ୍ତରେ ତିଆରି ରଥ, ଢୋକ୍ରା କଳାକୃତ୍ତି ଓ ମହମ ତିଆରି ସାମଗ୍ରୀ ରହିଛି। ଅତ୍ୟନ୍ତ ମୂଲ୍ୟବାନ ଏବଂ ଆଗାମୀ ପିଢ଼ୀକୁ ଦିଗ ଦର୍ଶନ ଦେଉଥିବା , ଏହି ଅଂଚଳରେ ପ୍ରଚଳିତ ପ୍ରଥା, ପରମ୍ପରାକୁ ଦର୍ଶାଉଥିବା, ରାଜରାଜୁଡା ଅମଳର ପଦ୍ଧତିକୁ ପ୍ରଦର୍ଶିତ କରି ଆସୁଥିବା ସାମଗ୍ରୀକୁ ସାଇତି ରଖାଯାଇଛି ସତ। ତେବେ ଏଭଳି ଅମୂଲ୍ୟ ସାମଗ୍ରୀକୁ ଯେଭଳି ସୁରକ୍ଷିତ ଭାବେ ରଖାଯିବ ସେ ଦିଗରେ ସରକାର କିମ୍ବା ପ୍ରଶାସନ ବି ବିଶେଷ ଧ୍ୟାନ ଦେଇନାହାନ୍ତି। ମାତ୍ର ଦୁଇଟି ତାଲା ହିଁ ଏତେ ବଡ ସଂଗ୍ରହଳାୟର ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି। ଚୋରି ହେବାରୁ ୩ମାସ ପରେ ବି ରାଜ୍ୟ ସରକାର କିମ୍ବା ସଂସ୍କୃତି ବିଭାଗ, ପ୍ରଶାସନ କେହି ବି ସଚେତନ ନହେବା ବୁଦ୍ଦିଜୀବୀ ମନରେ ବିରାଟପ୍ରଶ୍ନ ସୃଷ୍ଟି କରିଛି। ଏତେ ଗୁରୁତ୍ବପୁର୍ଣ୍ଣ ତଥା ଅଂଚଳର ଐତିହ୍ୟବହନ କରୁଥିବା ସଂଗ୍ରହଳାୟକୁ କାହିଁକି ଅଣ ଦେଖା କରାଯାଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି।
/sambad/media/post_attachments/wp-content/uploads/2020/12/jpr-dist-mueseum-4-1.jpg) Sambad
 Sambadଚୋରୀ ପରେ ଅନ୍ତଃତ ସୁରକ୍ଷା କର୍ମୀ ନିୟୋଜିତ କରିବା, ସିସିଟିଭି ଲଗାଇବା କାମ ବି ପ୍ରଶାସନ ପକ୍ଷରୁ କରାଯାଇନି। ଯଦିଓ ଏହି ପୁରୁଣା ସାମଗ୍ରୀର ଖରିଦଧାର କେହି ଅଭିଯୁକ୍ତଙ୍କୁ ମିଳି ପାରି ନଥିବାରୁ ଏମାନେ ଏସବୁକୁ ଲୁଛାଇ ରଖିଥିଲେ। ସେଭଳି ଅନ୍ୟ ଅଭିଯୁକ୍ତ ଜଣକ ଏହାରି ମଧ୍ୟରେ ଅନ୍ୟ ଏକ ମାମଲାରେ ଗିରଫ ହୋଇ ବିଚାରବିଭାଗୀୟ ହାଜତକୁ ପଳାଇବାରୁ ବଳକା ସାମଗ୍ରୀ ସବୁ ଉଦ୍ଧାର ହୋଇପାରିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ବିଗତ ୧୦ ବର୍ଷ ଧରି ସଂଗ୍ରହାଳୟରେ କେହି ନିୟମିତ କର୍ମଚାରୀ ନାହାନ୍ତି। ଜଣେ ପିଅନଙ୍କ ଅବସର ନେବା ପରେ ଏହି ପଦବୀ ଦୀର୍ଘ ଦିନ ହେବ ଖାଲି ପଡ଼ିଛି। ଡିଏଲଆରରେ ପୂର୍ବ ପିଅନଙ୍କ ପୁଅ ହିଁ ସଂଗ୍ରହାଳୟର ଦେଖାରଖା କରୁଛନ୍ତି। ରାତ୍ର ସମୟରେ ଟାଉନହଲର ନାଇଟ୍ ୱାଚର ହିଁ ଜଗୁଛନ୍ତି। ବହୁ କର୍ମଚାରୀ ଅବସର ନେବା ପରେ ରାଜ୍ୟ ସରକାର ନିୟମିତ କର୍ମଚାରୀ ନିଯୁକ୍ତି ଦେଇନାହାନ୍ତି, ଡିଏଲଆର କର୍ମଚାରୀଙ୍କ ଦ୍ବାରା ହିଁ ଏହା ଚାଲିଛି ବୋଲି କହିଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/12/jpr-dist-mueseum-2-1.jpg)