ଶୀତଳଷଷ୍ଠୀ: ନଆସିବି ଛାଇଗଲେ ନୀଳଶାଢ଼ିବାଲି

Advertisment
ଶୀତଳଷଷ୍ଠୀ: ନଆସିବି ଛାଇଗଲେ ନୀଳଶାଢ଼ିବାଲି

ସମ୍ବଲପୁର: ସମ୍ବଲପୁର ଶାତଳଷଷ୍ଠୀ ଶୋଭାଯାତ୍ରା ଶୁକ୍ରବାର ଶେଷ ହୋଇଛି। ଗତଥରର ଭାଇରାଲ୍‌ ଗାର୍ଲ, ଇଣ୍ଟରନେଟ୍‌ ସେନ୍‌ସେସନ୍‌ ନୀଳ ଶାଢ଼ିବାଲିଙ୍କୁ ଖୋଜି ଖୋଜି ଦର୍ଶକ ନିରାଶ ହୋଇଛନ୍ତି। ବିଭିନ୍ନ ଯାତ୍ରା କମିଟିର ଶୋଭାଯାତ୍ରା ବୁଲି ଅନେକ ଲୋକ ସେହି ନୀଳ ଶାଢ଼ିବାଲିଙ୍କୁ ଖୋଜୁଥିବା ଦେଖିବାକୁ ମିଳିଥିଲା। ଅନେକ ଯାତ୍ରା କମିଟି ସଦସ୍ୟଙ୍କୁ ସେ ଆସିଛନ୍ତି କି ନାହିଁ ବୋଲି ମଧ୍ୟ ପଚାରିଛନ୍ତି। ନୀଳ ଶାଢ଼ିବାଲି ଏଥର ସମ୍ବଲପୁର ଶୀତଳଷଷ୍ଠୀକୁ ନ ଆସିବି ସାମାଜିକ ଗଣମାଧ୍ୟମରେ ଛାଇ ଯାଇଛନ୍ତି।

ଗତବର୍ଷ କିଏ ତାଙ୍କୁ ‘କ୍ରସ୍‌ ଅଫ୍‌ ଦି ଇଅର୍‌’, ତ ଆଉ କିଏ ‘ମିସ୍‌ ୟୁ’, ଆଉ କିଏ ଲଭ୍‌ ଚିହ୍ନରେ ତୀର ମାରି ଫଟୋ ଛାଡ଼ିଥିଲା। ଏଥର ଅନେକ ତାଙ୍କ ବିକଳ୍ପ ଖୋଜିଥିଲେ ବି ସାମାଜିକ ଗଣମାଧ୍ୟମରେ ନୀଳଶାଢି ବାଲିଙ୍କୁ ‘ମିସ୍‌ ୟୁ’ର ଅଧିକ ପୋଷ୍ଟ ଦେଖିବାକୁ ମିଳିଛି। ସାମି ସାମି ଗୀତରେ ଲୋକଙ୍କୁ ମତୁଆଲା କରିଥିବା ସେ ନୀଳଶାଢ଼ିବାଲିଙ୍କ ପାଇଁ କିଏ ‘ତମ ବିନା ଶୀତଳଷଷ୍ଠୀ ଅଧୁରା ଅଧୁରା ଲାଗୁଛି’ ଲେଖିଛି, ତ ଆଉ କିଏ ‘ବହୁତ ମିସ୍‌ କଲୁ’ ବୋଲି ବି ଲେଖିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe