ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗରେ ୯ ଗିରଫ 

Advertisment
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗରେ ୯ ଗିରଫ 

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳ ଜୁଆଳିକଟା ଗ୍ରାମର ଯୁବକ ମଙ୍ଗଲ ସିଂ (୪୫)ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ କାଳିଆମି ଆମ୍ବ ବଗିଚାରୁ ଉଦ୍ଧାର ହେବା ଘଟଣାରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଡବୁଲୁ ସିଂ, ମାରା ସିଂ, ଯୋଗେଶ୍ବର ସିଂ, ହାପନ ସିଂ, ଦେବାଇ ସିଂ, ଧାବା ସିଂ, ଲଧା ସିଂ, ଘନିଆ ସିଂ ଓ ରାଧୁ ସିଂ।

ସୂଚନାଯୋଗ୍ୟ, ଯୁବକଙ୍କ ଗୋଡ ଭାଙ୍ଗିଯିବା ସହିତ ପିଠିରେ ମାଡ ଦାଗ  ଥିବାରୁ କେହି ମାରି ଦେଇ ଗଛରେ ଟାଙ୍ଗି ଦେଇଥିବା  ପୁଲିସକୁ ଯୁବକଙ୍କ  ସ୍ତ୍ରୀ ଅଭିଯୋଗ କରିଥିଲେ। ଗଛରେ ଟାଙ୍କିବା ପୂର୍ବରୁ ଯୁବକ ଜଣକ ଜୀବିତ ଥାଇ ପାରନ୍ତି ବୋଲି ପାରିପାର୍ଶ୍ବିକ ଅବସ୍ଥା ଦେଖି ପୁଲିସ ସଂଦେହ କରି ତଦନ୍ତ ଜାରି ରଖିଥିଲେ । ମୃତ ଯୁବକ ଜଣକ ଜଣେ ଅପରାଧୀ ଥିବାରୁ ସବୁ ସମୟରେ ଲୋକମାନଙ୍କ ସହିତ କଳି କଜିଆ କରୁ ଥିଲା। ୨୦୦୦ ମସିହା ରେ ଏକ ହତ୍ୟା ମାମଲାରେ ଜେଲ ମଧ୍ୟ ଯାଇଥିଲା ।

ଗୋଟିଏ ଦିନ ପୂର୍ବରୁ ମୃତ ଯୁବକ ଜଣକ ଘରେ ପଶିବାକୁ ନେଇ ଗ୍ରାମରେ ବୈଠକ ବସିଥିଲା। ଏହି ବୈଠକରେ ଯୁକ୍ତିତର୍କ ହେଉଁ ହେଉଁ ମାର ପିଟ ହୋଇଥିଲା। ମାଡରେ ଯୁବକଙ୍କ ଚେତା ଚାଲିଯିବାରୁ କାଳେ ମରି ଯାଇଥିବା ଭାବି ଗ୍ରାମର ନଅ ଜଣ ଲୋକ  ତାଙ୍କୁ ଘୋରାଆଣି ଗ୍ରାମ ଠାରୁ ଅନତି ଦୂରରେ ଥିବା ଏକ ଆମ୍ବ ଗଛରେ ଜୀବିତ ଅବସ୍ଥାରେ ଟାଙ୍ଗି ଦେଇ ଥିଲେ ବୋଲି ପୁଲିସ କହିଛି।  ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe