ବୈପାରିଗୁଡା ବ୍ଲକର ୯୫ଟି ସ୍କୁଲ ଉଦଘାଟିତ

Advertisment
ବୈପାରିଗୁଡା ବ୍ଲକର ୯୫ଟି ସ୍କୁଲ ଉଦଘାଟିତ

Sambad

ବୈପାରିଗୁଡା: ଆଜି କୋରାପୁଟ ଜିଲ୍ଲାର ୯୫ଟି ସ୍କୁଲକୁ ଭର୍ଚୁଆଲ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ୯୫ଟି ସ୍କୁଲ ମଧ୍ୟରୁ ବୈପାରିଗୁଡା ବ୍ଲକର ୯ଟି ସ୍କୁଲ ଉଦଘାଟିତ ହୋଇଯାଇଛି। ବୈପାରିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ଉଦଘାଟନ ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ମମତା ସାଏଙ୍କ ସମେତ ବିଡ଼ିଓ ଅଭିମନ୍ୟୁ କବି ଶତପଥି, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ଗୁପ୍ତା, ଜିଲ୍ଲା ପରିଷଦ ସଭ୍ୟ ରାଜେଶ୍ବର ମହୁରିଆ, ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟମଣି ନାୟକ, ନାଏବ ସରପଞ୍ଚ ସୁଶାନ୍ତ ସାହୁ, ସମିତି ସଭ୍ୟା ମଞ୍ଜୁଲତା ପଟ୍ଟନାୟକ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଉଦଘାଟନ ପରେ ପ୍ରଧାନ ଶିକ୍ଷୟିତ୍ରୀ ଉପସ୍ଥିତ ନିମନ୍ତ୍ରିତ ବ୍ୟକ୍ତି ବିଶେଷଙ୍କୁ ସ୍ମାର୍ଟ କ୍ଲାସ ରୁମ୍, ଲାଇବ୍ରେରୀ, ବିଜ୍ଞାନାଗାର, ଖେଳ ପଡିଆ ବୁଲାଇ ଦେଖେଇ ଥିଲେ। ଉଦଘାଟିତ ଅନ୍ୟ ସ୍କୁଲ ଗୁଡ଼ିକ ହେଲା ଦଳପୁର, ବାଲିଗାଁ, ଦଣ୍ଡାବାଡି, କାନ୍ଦୁଲଗୁଡା, ଶିରିବେଡା,କୋଲାର, ବ୍ରାହ୍ମଣଗୁଡା ଓ କାକଲପଡା। ପ୍ରତି ସ୍କୁଲରେ ଉଦଘାଟନ ସମୟରେ ପ୍ରଧାନ ଶିକ୍ଷକଙ୍କ ସମେତ ଛାତ୍ରଛାତ୍ରୀ ଲୋକ ପ୍ରତିନିଧି ଏବଂ ଅଭିଭାବକ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe