୯୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

୯୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

Sambad

ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ପୁଲିସ ଏମଭି-୧୮ ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଦୁଇଟି ମଟର ସାଇକେଲରେ ତିନି ଜଣ ଅତି କ୍ଷୀପ୍ର ଗତିରେ ଆସୁଥିବା ପୁଲିସ ଦେଖିବାକୁ ପାଇଥିଲା। ତୁରନ୍ତ ପୁଲିସ ରାସ୍ତାକୁ ଅବରୋଧ କରି ମଟର ସାଇକେଲକୁ ଅଟକାଇବାକୁ ଚେଷ୍ଟା କରିଥିଲା। ତେବେ ମଟର ସାଇକେଲ ତିନି ଜଣ ଆରୋହୀଙ୍କ ମଧ୍ୟରୁ ଦୁଇ ଜଣ ପୁଲିସକୁ ଦେଖି ଦୌଡି ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଆଉ ଜଣକୁ ପୁଲିସ କାବୁ କରିପାରିଥିଲା।

ପରେ ମଟର ସାଇକେଲରେ ଲଦା ହୋଇଥିବା ଜରି ପ୍ୟାକେଟକୁ ଯାଞ୍ଚ କରିବା ପରେ ସେଥିରେ ଗଞ୍ଜେଇ ଲଦା ହୋଇଥିବା ଜାଣିବାକୁ ପାଇଥିଲା। ପରେ ଏହି ଗଞ୍ଜେଇକୁ ଓଜନ କରାଯିବା ପରେ ଏଥିରେ ୯୦ କିଲୋ ଗଞ୍ଜେଇ ଲଦା ହୋଇଥିବା ଜଣାପଡିଥିଲା। ତୁରନ୍ତ ଆସାମୀକୁ ଗିରଫ କରାଯାଇଥିଲା। ଆସାମୀ ଜଣକ ହେଲେ କୋତ୍ତାପାଲୀ ଗ୍ରାମର ଲକ୍ଷ୍ଣଣ ଖରା(୨୨)। ପୁଲିସ ଲକ୍ଷ୍ଣଣକୁ କୋର୍ଟ ଚାଲାଣ କରିଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି। ଏହି ଗଞ୍ଜେଇ ମାଲକାନଗିରିରୁ ଛତିଶଗଡକୁ ଚାଲାଣ କରାଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe