ନିର୍ଜରା ଓଡିଶୀ ନୃତ୍ୟରେ ‘ପ୍ରଜ୍ଞା ପ୍ରତିଭା’ ସମ୍ମାନରେ ସମ୍ମାନିତ

ନିର୍ଜରା ଓଡିଶୀ ନୃତ୍ୟରେ ‘ପ୍ରଜ୍ଞା ପ୍ରତିଭା’ ସମ୍ମାନରେ ସମ୍ମାନିତ

ମାଲକାନଗିରି: ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ନିର୍ଜରା ନିଳିମା ତ୍ରିପାଠୀ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ନୃତ୍ୟ ପ୍ରତିଯୋଗିତାରେ ଓଡିଶୀ ନୃତ୍ୟରେ ସଫଳତା ହାସଲ କରିଛନ୍ତି।

ତାଙ୍କୁ ପ୍ରଜ୍ଞା ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା। ନିର୍ଜରା ହେଉଛନ୍ତି ମାଲକାନଗିରି ମେଡିକାଲରେ କାର୍ଯ୍ୟରତ ଆନେସ୍ଥେସିଆ ବିଶେଷଜ୍ଞ ଡ.ନିହାର ରଂଜନ ତ୍ରିପାଠୀଙ୍କ ଝିଅ। ନିର୍ଜରା ଏହା ପୂର୍ବରୁ ୨୦୧୭ରେ କଟକରେ ନୃତ୍ୟ ନିପୁଣ ସମ୍ମାନ,୨୦୧୮ରେ ଭାରତୀୟ ଗୁରୁଶ୍ରୀ ସମ୍ମାନ ଓ ଭାରତୀୟ କଳାଶ୍ରୀ ସମ୍ମାନ,ଭୁବନେଶ୍ବର କଳା କେନ୍ଦ୍ର ତରଫରୁ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନୀତ ହୋଇସାରିଛନ୍ତି।

publive-image

ଆନ୍ତର୍ଜାତିକ ଭାରତୀୟ ନୃତ୍ୟ ପ୍ରତିଯୋଗିତାରେ ଗତ ତିନି ବର୍ଷ ହେଲା ସେ ଭାଗ ନେଇ ଆସୁଛନ୍ତି। ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବେ ପଦ୍ମଶ୍ରୀ ଗୋପାଳ ପ୍ରସାଦ ଦୁବେ,ପଦ୍ମଶ୍ରୀ ଅରୁଣା ମହାନ୍ତି,ଗୁରୁ ଗୌରୀ ଶଂକର ପଣ୍ଡା,ଗୁରୁ ପ୍ରତିଭା ପଣ୍ଡା,ଗୁରୁ ମିନାକ୍ଷୀ ବେହେରା ପ୍ରମୁଖ ଉପସ୍ଥିତ ରହି ନିର୍ଜରାଙ୍କୁ ସମ୍ମାନୀତ କରିଥିଲେ।ଏହି ଖବର ମାଲକାନଗିରିରେ ପହଞ୍ଚିବା ପରେ ଖୁସିର ଲହରି ଖେଳିଯାଇଛି।ଓଡିଶୀ ନୃତ୍ୟରେ ନିର୍ଜାରା ଆଗକୁ ଆଗକୁ ବଢନ୍ତୁ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ସମେତ ଜିଲ୍ଲାବାସୀ ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe