ଶିକ୍ଷାଦାନ କରି ପ୍ରଶଂସା ସାଉଁଟୁଛନ୍ତି ନିରୁ

Advertisment
ଶିକ୍ଷାଦାନ କରି ପ୍ରଶଂସା ସାଉଁଟୁଛନ୍ତି ନିରୁ

ସମ୍ବଲପୁର: ସମ୍ବଲପୁର ଜ଼ିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ମହୁଲପାଲି ଗାଁରେ ଝିଅ ନିରୁ ରାହାନା ମାଗଣାରେ ଶିକ୍ଷାଦାନ କରି ପ୍ରଶଂସା ସାଉଁଟୁଛନ୍ତି। ମହୁଲପାଲି ଗାଁରେ ଅଧିକାଂଶ ଲୋକ ଅର୍ଥାଭାବ କାରଣରୁ ନିଜ ପିଲାଙ୍କୁ ଟ୍ୟୁସନ୍‌ ଛାଡ଼ି ପାରୁନାହାନ୍ତି। ସ୍ବେଚ୍ଛାସେବୀ ସଂଗଠନ ‘ଶିକ୍ଷା’ର ସଦସ୍ୟ ନିରୁ ତାଙ୍କ ଗାଁରେ ଗରିବ ଅସହାୟ ପରିବାରର ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି। ବିଦ୍ୟାଳୟ ସମୟକୁ ଛାଡ଼ିଦେଲେ ସବୁଦିନ ସେ ସକାଳେ ଓ ସନ୍ଧ୍ୟାରେ ପିଲାଙ୍କୁ ପାଠ ପଢ଼ାଇବା ସହ ନିଜେ ମଧ୍ୟ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି।

ସ୍ନାତକ ପର୍ଯ୍ୟନ୍ତ ପଢ଼ିଥିବା ନିରୁ ପ୍ରଥମେ ୫ ଜଣ ଗରିବ ଘରର ପିଲାଙ୍କୁ ଚାଟଶାଳୀରେ ପଢ଼ାଇବା ଆରମ୍ଭ କରିଥିଲେ। ଧୀରେ ଧୀରେ ତାଙ୍କ ପାଖରେ ପିଲାଙ୍କ ସଂଖ୍ୟା ବଢ଼ିଥିଲା। ଏବେ ସେ ପ୍ରଥମରୁ ଅଷ୍ଟମଶ୍ରେଣୀ ମଧ୍ୟରେ ୨୧ ଜଣ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ବିଦ୍ୟାଳୟ ପାଠ୍ୟକ୍ରମ ବ୍ୟତୀତ ସେ ପିଲାମାନଙ୍କୁ ଚିତ୍ରାଙ୍କନ ଠାରୁ ଆରମ୍ଭ କରି ନୃତ୍ୟ ପର୍ଯ୍ୟନ୍ତ ବିଭିନ୍ନ କଳା ମଧ୍ୟ ଶିଖାଉଛନ୍ତି। ସାଧାରଣ ଜ୍ଞାନ ଉପରେ ବିଶେଷ ଗୁରୁତ୍ବ ଦେବା ସହିତ ସେ ପିଲାଙ୍କୁ ନବୋଦୟ ଓ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe