ମୃତ୍ୟୁ ପ୍ରମାଣପତ୍ରରେ କୋଭିଡ୍ ନଲେଖିଲେ ମିଳିବନି ସହାୟତା

Advertisment
ମୃତ୍ୟୁ ପ୍ରମାଣପତ୍ରରେ କୋଭିଡ୍ ନଲେଖିଲେ ମିଳିବନି ସହାୟତା

ସୁନ୍ଦରଗଡ଼ : କୋଭିଡ୍ ରୋଗକୁ ମହାମାରୀ ଓ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରବନ୍ଧନ ଆଇନ ଅନ୍ତର୍ଭୁକ୍ତ କରି ମୁକାବିଲାକୁ ଅଧିକ ସଶକ୍ତ କରାଯାଇଛି। ଏହି ଆଇନ ଅନୁସାରେ, କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଓ ଅନ୍ୟ ସାଧାରଣ ଲୋକଙ୍କ ମୃତ୍ୟୁ ହେଲେ ପରିବାରକୁ ୪ରୁ ୭ ଲକ୍ଷ ଓ ପରିବାରର ଅନାଥ ଛୁଆମାନଙ୍କୁ ବୀମା ଓ ୨୩ ବର୍ଷ ପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହଯୋଗ ରାଶି ଦେବାକୁ ଘୋଷଣା କରିଛନ୍ତି ସରକାର। ତେବେ ଏଥିପାଇଁ ମୃତ୍ୟୁ ପ୍ରମାଣପତ୍ରରେ କୋଭିଡ୍ ସଂକ୍ରମଣ ଓ କୋଭିଡ୍ ହସ୍ପିଟାଲର ନାମ ନାମ ଉଲ୍ଲେଖ ରହିବା ଜରୁରୀ। କିନ୍ତୁ ସୁନ୍ଦରଗଡ଼ ଏନଟିପିସି କୋଭିଡ୍ କେନ୍ଦ୍ରରେ ପ୍ରାଣ ହରାଇଥିବା ରୋଗୀମାନଙ୍କ ପ୍ରମାଣପତ୍ରରେ ସ୍ଥାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଲେଖା ଯାଇଥିବା ଓ କୋଭିଡ୍ରେ ମୃତ୍ୟୁ ଉଲ୍ଲେଖ ହୋଇ ନଥିବା ଅଭିଯୋଗ କରିଛନ୍ତି ଯୁବନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀ। ଏହି କାରଣରୁ ମୃତକଙ୍କ ପରିବାରକୁ ସରକାରଙ୍କ ଘୋଷିତ ସହାୟତା ରାଶି ମିଳିବ ନାହିଁ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ଅବସରରେ କୋଭିଡ୍ ମୃତକଙ୍କ ପରିବାରର ଜଣେ ବିଧବାଙ୍କ ମହିଳା ମିନା ଷଣ୍ଢଙ୍କ ସହ ଡ. ଷଡ଼ଙ୍ଗୀ ଜିଲ୍ଲାପାଳଙ୍କୁ ଭେଟି ଏ ପ୍ରାଶାସନିକ ତ୍ରୁଟି ସମ୍ପର୍କରେ ଜଣାଇବା ସହ ତୁରନ୍ତ ସ୍ଥାନ ଓ ମୃତ୍ୟୁର କାରଣ ପ୍ରମାଣପତ୍ରରେ ସ୍ପଷ୍ଟ ଭାବେ ଦରଜ କରି ବେସାହାରା ପରିବାରକୁ ସରକାରୀ ସହାୟତା ଯୋଗାଇବାରେ ସହାୟକ ହେବାକୁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ଏ ସମ୍ପର୍କରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ସହ ବିଧବା ମହିଳାଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe