ଚାକିରି ନାହିଁ ତ ଭୋଟ ନାହିଁ, ବାଲଟ ପେପର ଅସନ୍ତୋଷ ପ୍ରକାଶ କଲେ ମତଦାତା

Advertisment
ଚାକିରି ନାହିଁ ତ ଭୋଟ ନାହିଁ, ବାଲଟ ପେପର ଅସନ୍ତୋଷ ପ୍ରକାଶ କଲେ ମତଦାତା

ବୈପାରିଗୁଡା : ଚାକିରୀ ନାହିଁ ତ ଭୋଟ ନାହିଁ, ବାଲଟ ପେପରରେ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି ମତଦାତା । ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ଯାଇ ନିଜ ପେପରରେ ମୋହର ମାରିବା ପରିବର୍ତ୍ତେ ଏଭଳି ଅସନ୍ତୋଷ ଜାହିର କରିଥିବା ଜଣାପଡିଛି। ବୈପାରିଗୁଡା ବ୍ଲକର ପେନ୍ଦାପଡା ପଞ୍ଚାୟତର ସାତ ନମ୍ବର ବୁଥ୍ ଏବଂ ଦୁଇ ନମ୍ବର ବୁଥରେ ଦୁଇଟି ବାଲଟ୍ ପେପରରେ ଯଥାକ୍ରମେ ଚାକିରୀ ନାହିଁ ତ ଭୋଟ ନାହିଁ ଏବଂ ଇଂରାଜୀରେ ନୋ ଜବ୍ ନୋ ଭୋଟ ଲେଖାଯାଇଛି।

ମିଳିଥିବା ସୂତ୍ର ଅନୁଯାୟୀ ଜଣେ ଚାରି ବର୍ଷ ତଳୁ ଜୟପୁର ଡାଏଟରେ ତାଲିମ୍ ପାଇ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ମଧ୍ୟ ବେକାର ହୋଇ ବସିଥିବା ବେଳେ ଅନ୍ୟ ଜଣେ ଯୁବକ ଗ୍ରାଜୁଏଟ। ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ଚାକିରୀ ପାଇନଥିବାରୁ ମନ ଭିତରେ କୁହୁଳୁଥିବା ଅସନ୍ତୋଷକୁ ନିଜ ବାଲଟ ପେପର ମାଧ୍ୟମରେ ପ୍ରକାଶ କରିଛନ୍ତି। ଉଭୟ ମତଦାତା ନିଜ ନାମ ଏବଂ ତଥ୍ୟ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି ଯେ ଚାକିରୀ ନପାଇ କେତେଦିନ ବେକାର ହୋଇ ବସିବା ସହ ପରିବାରର ବୋଝ ହୋଇ ରହିବେ। ବୈପାରିଗୁଡା ବ୍ଲକ ନିର୍ବାଚନ ଇତିହାସରେ ଏହା ଏକ ବିରଳ ଘଟଣା। ରାଜ୍ୟରେ ଦିନକୁ ଦିନ ବଢୁଥିବା ବେକାରୀ ସମସ୍ୟାର ଏହା ଏକ ନିରବ ପ୍ରତିବାଦ କହିଲେ ଭୁଲ୍ ହେବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe