ରାଜପଥରେ ଜଳୁନି ଆଲୋକ

ରାଜପଥରେ ଜଳୁନି ଆଲୋକ

ଧର୍ମଶାଳା: ଧର୍ମଶାଳା ବ୍ଲକ୍ ଜାରକା ପଞ୍ଚାୟତ ଶଙ୍ଖାରିଡ଼ିହ ଛକ ଓ ଆଖପାଖ ଅଞ୍ଚଳରେ ୧୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଥିବା ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକ ବହୁଦିନ ହେଲା ଜଳୁନାହିଁ। ବଜାର ଅନ୍ଧାର ରହୁଛି। ବିଦ୍ୟୁତ୍ କାଟ୍ ସମୟରେ ବଜାରରେ ଚଳପ୍ରଚଳ କରିବାରେ ସମସ୍ୟା ହେଉଛି। ଏପରିକି ଜାରକା ବଜାରରେ ମଧ୍ୟ ଅନେକ ଲାଇଟ୍ ଜଳୁନାହିଁ। ମରାମତି ଅଭାବରୁ କିମ୍ବା ବିଦ୍ୟୁତ୍ ବିଲ୍ ପୈଠ ହୋଇନଥିବାରୁ ଲାଇଟ୍ ଜଳୁନି ତାହା ଜଣାପଡ଼ୁନି। ପ୍ରକାଶ ଯେ, ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ଗତ ୨୦୧୯ ଅଗଷ୍ଟରେ ଜବରଦଖଲ ଉଚ୍ଛେଦ ସମୟରେ ପ୍ରଶାସନ ପକ୍ଷରୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଥିଲା। ରାଜପଥ ସଂପ୍ରସାରଣ କାର୍ଯ୍ୟ ସରିବା ପରେ ବଜାରକୁ ଆଲୋକୀକରଣ କରିବା ପାଇଁ ଗତବର୍ଷ ରାସ୍ତାର ଉଭୟ ପାର୍ଶ୍ବରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିଲା।

କିଛିମାସ ଲାଇଟ୍ ଜଳିବା ପରେ ଏହା ବନ୍ଦ ହୋଇଯାଇଛି। ବିଦ୍ୟୁତ୍ ବିଲ୍ ପୈଠ ନହେବାରୁ ଟାଟା ପାୱାର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ଦେଇଥିବା ଜଣାପଡ଼ିଥିଲା। ଅଭିଯୋଗ ପରେ ବିଦ୍ୟୁତ୍ ବିଲ୍ ପୈଠ ହେବାରୁ ପୁଣି ଲାଇଟ୍ ଜଳିଥିଲା। ଏବେ ପୁଣି ଶଙ୍ଖାରିଡ଼ିହ ଛକ ଓ ଆଖପାଖ ଅଞ୍ଚଳରେ ଲାଇଟ୍‌ ଗୁଡ଼ିକ ଜଳୁନାହିଁ। ସେହିପରି ଜାରକା ବଜାରରେ ଗୋଟିଏ ଲାଇଟ୍ ଜଳିଲେ ଆଉ ଗୋଟିଏ ଲାଇଟ୍ ଜଳୁନାହିଁ। ନିମ୍ନମାନର ବିଦ୍ୟୁତ୍ ସାମଗ୍ରୀ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ବଜାର ଅନ୍ଧାର ରହୁଥିବାରୁ ବ୍ୟବସାୟୀଙ୍କ ସମେତ ଗ୍ରାହକ ଓ ସ୍ଥାନୀୟ ଅଂଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି ଅନ୍ଧାରରେ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇଛି। ତୁରନ୍ତ ଉଭୟ ବଜାରକୁ ପୂର୍ଣ୍ଣ ଆଲୋକୀକରଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe