Advertisment

ହରଭଙ୍ଗା ବ୍ଲକର ମାଓ ପ୍ରଭାବିତ ୪ଟି ଗ୍ରାମରେ ମୌଳିକ ସୁବିଧା ଅପହଞ୍ଚ

Advertisment
ହରଭଙ୍ଗା ବ୍ଲକର ମାଓ ପ୍ରଭାବିତ ୪ଟି ଗ୍ରାମରେ ମୌଳିକ ସୁବିଧା ଅପହଞ୍ଚ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମାଓ ପ୍ରଭାବିତ ଅଞ୍ଚଳ ଭାବେ ଜଣାଶୁଣା ମହାଲିକପଡା ପଞ୍ଚାୟତର ଦୁର୍ଗମ ଅରଣ୍ୟ ମଧ୍ୟରେ ବସବାସ କରୁଥିବା ଶ୍ରୀପାଜୁ, ଗେରେଡ଼ିସାହି, ଧୋବାସାହି, ତଳିଆସାହି ଆଦି ୪ଟି ଗ୍ରାମର ଗ୍ରାମବାସୀଙ୍କ ନିକଟରେ ଏଯାଏଁ ଅପହଞ୍ଚ ହୋଇ ରହିଛି ସରକାରଙ୍କର ଜନ କଲ୍ୟାଣକାରୀ ଯୋଜନାର ମୌଳିକ ସୁବିଧା।

ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଯାଏ ସମସ୍ତଙ୍କ ନିକଟରେ ବାରମ୍ବାର ପାନୀୟ ଜଳ, ବିଦ୍ୟୁତ୍‌, ରସ୍ତାଘାଟ ଜଳସେଚନ ଆଦି ସର୍ବନିମ୍ନ ମୌଳିକ ସେବା ଯୋଗାଇ ଦେବାପାଇଁ ଗୁହାରି କରିବା ପରେ ମଧ୍ୟ କେହି ନଶୁଣିବାରୁ ଶେଷରେ ଏହି ୪ଟି ଗ୍ରାମର ୧୫୦ ପରିବାର ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ନିମନ୍ତେ ଶୁକ୍ରବାର ଦିନ ପ୍ରଜାକୋର୍ଟ କରି ଭୋଟ ବର୍ଜ୍ଜନ କରିବାକୁ ଚରମ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ସେମାନଙ୍କ କହିବାନୁଯାଇ ଦେଶ ସ୍ୱାଧୀନ ହେବାର ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନେ ଆଜିଯାଏ ଅବହେଳିତ ହୋଇ ରହି ଆସିଛନ୍ତି।

publive-image

ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧି ହୁଅନ୍ତୁ ଅବା ପ୍ରଶାସନିକ ଅଧିକାରୀ ସମସ୍ତେ ସେମାନଙ୍କୁ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଆସିଛନ୍ତି। ତେଣୁ ସେମାନେ ବାଧ୍ୟ ବାଧକତାରେ ଭାଗ୍ୟକୁ ଆଦରି ବଣମଣିଷ ସଦୃଶ୍ୟ ଦୁର୍ବିସହ ଜୀବନଯାପନ କରିଛନ୍ତି। ତେଣୁ ଭତ୍ତା, ଚାଉଳ ପାଇଁ ହେଉ କିମ୍ବା ଦେହପାହା ଅସୁସ୍ଥ ହେଉ ଅବା ଘରପୋଡି ହେଲେ ଆମ୍ବୁଲାନ୍‌ସ ଓ ଦମକଳ ଗାଡି ପହଂଚିପାରୁ ନଥିବାରୁ ନ୍ୟାର୍ଯ୍ୟ ସେବା ପାଇବାରୁ ବଞ୍ଚିତ ହୋଇ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି।

ବିଦ୍ୟୁତ୍‌ର ଅବସ୍ଥା ଯାହା, ନକହିବା ଭଲ। ମାସକୁ ୨୦ ଦିନ ଅନ୍ଧାରରେ ରହୁଥିବା ବେଳେ ବିଶୁଦ୍ଧ ପାନୀୟ ଜଳ ସେମାନଙ୍କ ପାଇଁ ପୋଥି ବାଇଗଣ ସଦୃଶ୍ୟ। ତେଣୁ ସେମାନେ ଖରା, ବର୍ଷା ଓ ଶୀତ ତଥା ବର୍ଷ ତମାମ ଅମଣିଷ ଭଳି ଚୁଆ ନାଳ ଓ ପୋଖରୀର ଦୂଷିତ ଜଳ ବ୍ୟବହାର କରୁଥିବାରୁ ମ୍ୟାଲେରିଆ, ହଇଜା ଭଳି ମାରାତ୍ମକ ରୋଗର ଶିକାର ହୋଇ ଅକାଳରେ ଅନେକ ଲୋକ ପ୍ରାଣ ହରାଉଥିବା ଅଭିଯୋଗ କରିଛନ୍ତି। ଏସବୁ ସମସ୍ୟାର ସମାଧାନ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ କରାନଗଲେ ଆମେ ପଞ୍ଚାୟତ ଭୋଟ ବର୍ଜନ କରିବୁ ବୋଲି ନିଷ୍ପତ୍ତି ନେଇଥିବା ମୁଖିଆ ବାମଦେବ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe