୮୦ବର୍ଷ ବୟସର ବୃଦ୍ଧାଙ୍କୁ ମିଳୁନି ଭତ୍ତା, ଭିକ୍ଷାବୃତ୍ତି କରି ବଂଚୁଛି ଜୀବନ

୮୦ବର୍ଷ ବୟସର ବୃଦ୍ଧାଙ୍କୁ ମିଳୁନି ଭତ୍ତା, ଭିକ୍ଷାବୃତ୍ତି କରି ବଂଚୁଛି ଜୀବନ

ଜୟପୁର: କେନ୍ଦ୍ର ଓ ରାଜ୍ୟ ସରକାର ଅସହାୟ ୬୦ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ ଓ ବୃଦ୍ଧାଙ୍କୁ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଭତ୍ତା ପ୍ରଦାନ କରୁଛନ୍ତି। ଯାହାକି ଏମାନଙ୍କର ବଂଚିବାର ରାହା ଯୋଗାଇବା ସହ ମୁହଁରେ ହସ ପୁଟାଉଛି। କିନ୍ତୁ କୋରାପୁଟ ଜିଲ୍ଲା ଜୟପୁର ପୌରାଂଚଳର ହାଟପଦାର ଗୁରୁବାରୀ ହରିଜନଙ୍କୁ ୮୦ବର୍ଷ ହୋଇଥିଲେ ମଧ୍ୟ ଭତ୍ତା ଟିକକ କି ଚାଉଲ ମୁଠେ ମିଳୁ ନି। ଦୀର୍ଘ ବର୍ଷ ହେବ ସ୍ବାମୀ ତାଙ୍କୁ ଏକା ଛାଡ଼ି ଅନ୍ୟ ସ୍ତ୍ରୀ ଧରି ବୈପାରୀଗୁଡ଼ା ଅଂଚଳକୁ ପଳାଇଛନ୍ତି।

ଗୁରୁବାରୀ ଏକା ଝାଟିମାଟିର ଚାଳ ଛପର ଘରେ ରହି ଭିକ୍ଷା ମାଗି ପେଟ ପୋଷୁଛି। ଭତ୍ତା ପାଇଁ ବାରମ୍ବାର ପୌରପାଳିକାକୁ ଦଉଡି ଦଉଡି ହାଲିଆ ହୋଇଥିବା କହିଛନ୍ତି ଗୁରୁବାରୀ। ବାରମ୍ବାର ଅବେଦନପତ୍ର ହଜି ଯାଉଥିବା ହିଁ ପୌରପାଳିକା ପକ୍ଷରୁ କହିବା ପରେ ପୁଣି ସେ ଆହୁରି ଆବେଦନପତ୍ର ଦେଇକି ଆସିଥିବା କହିଛନ୍ତି। ପରିଣତ ବୟସରେ କାମ ଧନ୍ଦା ସେ ଆଉ କରି ପାରୁନାହାନ୍ତି।

ସେ ହାଟପଦା ଅଂଚଳରେ ବୁଲି ବୁଲି ଭିକ୍ଷା ମାଗି ଯାହା ମିଳୁଛି ସେଥିକିରେ ଓଳିଏ ଖାଇଲେ ଓଳିଏ ଉପବାସରେ ଦିନ କଟୁଛି ବୋଲି କହିଛନ୍ତି ଗୁରୁବାରୀ। ଗୁରୁବାରୀଙ୍କ ଭଳି ଡଙ୍ଗାଗୁଡ଼ା, ହାଟପଦା ଅଂଚଳରେ ବହୁ ବୃଦ୍ଧଓ ବୃଦ୍ଧା, ବିଧବା ମହିଳା ମାନେ ଭତ୍ତା ଓ ରାସନକାର୍ଡ଼ରୁ ବଂଚିତ ରହିଥିବା ବେଳେ ଏମାନଙ୍କ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଏହି ସାହି ବାସି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe