ବନ୍ଧୁଗାଁରେ ମାଓ ପୋଷ୍ଟରକୁ ନେଇ ସ୍ପଷ୍ଟ କଲେ ନକ୍ସଲ: ପାର୍ଟି ତରଫରୁ କୌଣସି ପୋଷ୍ଟର ଲାଗିନି

Advertisment
ବନ୍ଧୁଗାଁରେ ମାଓ ପୋଷ୍ଟରକୁ ନେଇ ସ୍ପଷ୍ଟ କଲେ ନକ୍ସଲ: ପାର୍ଟି ତରଫରୁ କୌଣସି ପୋଷ୍ଟର ଲାଗିନି

ମାଲକାନଗିରି: କୋରାପୁଟ ଜିଲ୍ଲାର ବନ୍ଧୁଗାଁଠାରେ ଲାଗିଥିବା ମାଓ ପୋଷ୍ଟରକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଥିବା ବେଳେ ଏହାକୁ ଆଜି ନକ୍ସଲ ସଂଗଠନ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି। ସଂଗଠନ କହିଛି କୌଣସି ପୋଷ୍ଟର କୋରାପୁଟ ଜିଲ୍ଲାରେ ଲାଗି ନାହିଁ।ବନ୍ଧୁଗାଁରେ ଲାଗିଥିବା ଏହି ପୋଷ୍ଟରରେ ନକ୍ସଲ ବିଜେଡି ନେତା ସହ ବନ ବିଭାଗରେ କାମ କରୁଥିବା କିଛି ଫରେଷ୍ଟରଙ୍କ ନାମରେ ଉଲ୍ଲେଖ କରାଯିବା ସହ ବିଭିନ୍ନ ବିଭାଗରେ କାମ ହେଉନଥିବା ଦର୍ଶାଯାଇଛି।ଏହି ପୋଷ୍ଟରଟି ତେଲୁଗୁ ଭାଷାରେ ଲେଖାଯିବା ସହ ଛତିଶଗଡ,ଶ୍ରୀକାକୁଲମ ଓ କୋରାପୁଟ ଡିଭିଜନ ବୋଲି ଦର୍ଶାଯାଇଛି।ଯାହାକି ସଂପୂର୍ଣ୍ଣ ମିଥ୍ୟା ଅଟେ।

ଏଭଳି ଡିଭିଜନ କୌଣସି ନାହିଁ ବୋଲି ସଂଗଠନ ସ୍ପଷ୍ଟ କରିଛି।ତେବେ ଏହି ପୋଷ୍ଟର କିଏ ଏବଂ କାହିଁକି ମାରିଛି ତାହାର ତଦନ୍ତ କରାଯିବ ବୋଲି ପାର୍ଟି ତରଫରୁ କୁହାଯାଇଛି।କୌଣସି ବିଜେଡି ନେତାଙ୍କୁ ଟାର୍ଗେଟ କରାଯାଇନଥିବା କୁହାଯାଇଛି।ବନ୍ଧୁଗାଁରେ ଦୁଇଟି ପୋଷ୍ଟର ଲାଗିଥିବା ଜଣାପଡିଛି।ପୁଣି ଦୀର୍ଘ ଦିନ ପରେ ସହର ଭିତରେ ପୋଷ୍ଟର ଲାଗିବା ସଂଦେହ ସୃଷ୍ଟି କରିଥିଲା।କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି କିଛି ଲୋକଙ୍କୁ ଟାର୍ଗେଟ କରି ଏଭଳି କରିଥାଇପାରନ୍ତି ବୋଲି କୁହାଯାଇଛି।ତଦନ୍ତ ହେଲେ ସବୁ ପଦାକୁ ଆସିବ ବୋଲି କୁହାଯାଇଛି।ଛତିଶଗଡ ଡିଭିଜନ କୋରାପୁଟ ଜିଲ୍ଲାରେ କାମ କରୁନାହିଁ।ଏଭଳି ମିଥ୍ୟା ପ୍ରଚାର କରି ନକ୍ସଲ ପାର୍ଟିକୁ ବଦନାମ କରାଯାଉଥିବା ନକ୍ସଲ କହିଛନ୍ତି।ତେଣୁ ଏହାକୁ ନେଇ ଭୟଭିତ ହେବା ଦରକାର ନାହିଁ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe