ନିର୍ବାଚନୀ ଗୀତ ଓ ସ୍ଲୋଗାନ ପାଇଁ ଆସୁନି କାମ, ଷ୍ଟୁଡିଓରେ ତାଲା, ହାତବାନ୍ଧି ବସିଛନ୍ତି କଳାକାର

ନିର୍ବାଚନୀ ଗୀତ ଓ ସ୍ଲୋଗାନ ପାଇଁ ଆସୁନି କାମ, ଷ୍ଟୁଡିଓରେ ତାଲା, ହାତବାନ୍ଧି ବସିଛନ୍ତି କଳାକାର

Sambad

ବାଲେଶ୍ବର: କରୋନାର ତୃତୀୟ ଲହର୍ କଟକଣା ଲାଗୁ ହୋଇଥିବାରୁ ଭର୍ଚୁଆଲ୍‌ ଓ ଡିଜିଟାଲ୍‌ ପ୍ଲାଟଫର୍ମରେ ନିର୍ବାଚନ ପ୍ରଚାରକୁ ଗୁରୁତ୍ବ ଦେଉଛନ୍ତି ପ୍ରାର୍ଥୀ ଓ ବିଭିନ୍ନ ରାଜନୈତିକ ଦଳ। ଫଳରେ ଭୋଟରଙ୍କ ନିକଟରେ ପହଞ୍ଚିବା ଏବଂ ସେମାନଙ୍କ ମନ ଜିଣିବା ପାଇଁ ପ୍ରାର୍ଥୀ ଓ ରାଜନୈତିକ ଦଳଗୁଡ଼ିକ ଏବେ ଡିଜିଟାଲ ପ୍ଲାଟଫର୍ମର ଭରପୂର ଫାଇଦା ଉଠାଉଥିବା ବେଳେ ସେପଟେ ନିର୍ବାଚନ ସମୟରେ କାମ ପାଉଥିବା କଣ୍ଠଶିଳ୍ପୀ, ନିର୍ଦେଶକ, ସଂଗୀତଜ୍ଞ, ସଂଳାପକାର, ବାଦ୍ୟକାର, ରେକର୍ଡିଷ୍ଟଙ୍କ ସମେତ ଶତାଧିକ କଳାକାର ହାତବାନ୍ଧି ବସିଥିବା ଦେଖିବାକୁ ମିଳିଛି। ନିର୍ବାଚନ ସମୟରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ନିର୍ବାଚନୀ ଗୀତ ପ୍ରଚାରର ଏକ ପ୍ରମୁଖ ମାଧ୍ୟମ ଭାବେ ଦୀର୍ଘବର୍ଷ ହେଲା ବ୍ୟବହାର ହୋଇଆସୁଛି।

publive-image Sambad

ବିଭିନ୍ନ ଲୋକପ୍ରିୟ ସଂଗୀତ ଓ ସ୍ବରକୁ ନିର୍ବାଚନୀ ଗୀତ‌ରେ ବଦଳାଯାଇ ଗାଁଗାଁରେ ପ୍ରଚାର କରାଯାଇଥାଏ। କିନ୍ତୁ କଟକଣା ଯୋଗୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏଯାଏ କଣ୍ଠଶିଳ୍ପୀ, ସଂଳାପକାର, ନିର୍ଦେଶକ, ସଂଗୀତଜ୍ଞ ଓ ରେକର୍ଡିଷ୍ଟ ମାନଙ୍କୁ ଆଶାନୁରୂପକ କାମ ଆସିନାହିଁ। ଆଗରୁ ନିର୍ବାଚନ ପରିପ୍ରେକ୍ଷୀରେ ଏସବୁ ପାଇଁ ୨୦୦ରୁ ୨୫୦ ପ୍ରାର୍ଥୀଙ୍କ ଠାରୁ କାମ ଆସୁଥିବା ବେଳେ ଏବେ ମାତ୍ର ୬୦ରୁ ୭୦ ଜଣଙ୍କ ପାଖରୁ କାମ ଆସିଥିବା କହିଛନ୍ତି ବାଲେଶ୍ବର ସହରର ରାଜା ଆଡ଼ଭର୍ଟାଇଜିଂର ମାଲିକ ରା‌ଜେନ୍ଦ୍ର ରାଉତ। ସେହିପରି ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅମୃତାଂଶୁ ପଟ୍ଟନାୟକଙ୍କ କହିବା ଅନୁଯାୟୀ, ବାଲେଶ୍ବର ସହରରେ ୬/୭ଟି ମ୍ୟୁଜିକ ଷ୍ଟୁଡିଓ ରହିଛି। ଯେଉଁଠି ନିର୍ବାଚନ ଆସିଲେ ଅନେକ କଳାକାରମାନେ କିଛି କାମ ପାଆନ୍ତି ଏବଂ ତାଙ୍କୁ ରୋଜଗାର ମିଳିଥାଏ। ହେଲେ ଏବେ କାମ ମିଳୁନଥିବାରୁ ସେମାନେ ହାତବାନ୍ଧି ବସିଛନ୍ତି। କରୋନା କାଳରେ ସବୁକ୍ଷେତ୍ର ଏଭଳି ପ୍ରଭାବିତ ହୋଇଥିବା ଜୀବନଜୀବିକା ପ୍ରତି ବିପଦ ସୃଷ୍ଟି କରିଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe