କୋରାପୁଟ: ମନ୍ଦିରକୁ ଯିବା ସକାଶେ ମଧ୍ୟ ରାସ୍ତା ଚାଖଣ୍ଡେ ଛାଡ଼ିଲେ ନାହିଁ, ଭକ୍ତଙ୍କ ମନରେ ଅସନ୍ତୋଷ

କୋରାପୁଟ: ମନ୍ଦିରକୁ ଯିବା ସକାଶେ ମଧ୍ୟ ରାସ୍ତା ଚାଖଣ୍ଡେ ଛାଡ଼ିଲେ ନାହିଁ, ଭକ୍ତଙ୍କ ମନରେ ଅସନ୍ତୋଷ

ଲକ୍ଷ୍ମୀପୁର (ପରମେଶ୍ୱର ସାହୁ): କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ମହାବିଦ୍ୟାଳୟସ୍ଥିିତ ପାହାଡ ଉପରେ ଦୀର୍ଘ ବର୍ଷ ତଳେ ଏକ ହନୁମାନ ମନ୍ଦିର ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଥିଲାା ମହାବିଦ୍ୟାଳୟର କର୍ମଚାରୀ ଓ କିଛି ଗ୍ରାମବାସୀଙ୍କ ଦ୍ୱାରା ପରବର୍ତ୍ତୀ ମୁହୁର୍ତ୍ତରେ ଲକ୍ଷ୍ମୀପୁରରେ ଏହାକୁ ଏକ ସଂପୂର୍ଣ୍ଣ ହନୁମାନ ମନ୍ଦିର ଭାବେ ନିର୍ମାଣ କରାଯାଇ ବ୍ରାହ୍ମଣ ପୁରୋହିତଙ୍କ ଦ୍ୱାରା ନିତିଦିନ ପୂଜାର୍ଚ୍ଚନା କରାଯାଉଥିଲାା ଅନେକ ବର୍ଷ ପରେ ହନୁମାନ ମନ୍ଦିର ନିକଟରେ ପାହାଡକୁ ସମତଳ କରାଯାଇ ବର୍ତ୍ତମାନ ଜଣେ ମାନସିକ ଧାରୀ ସେଠାରେ ଏକ ସାଇବାବାଙ୍କ ମନ୍ଦିର ମଧ୍ୟ ନିର୍ମାଣ କରୁଛନ୍ତି।

publive-image

ବର୍ତମାନ ଏହା ଅଧପନ୍ତରିଆ ଅବସ୍ଥାରେ ରହିଥିଲେ ମଧ୍ୟ କିଛି ଦିନ ପରେ ଏହା ସଂପୂର୍ଣ ହୋଇଯିବ ବୋଲି ଜଣାପଡିଛିା ଏହି ଦୁଇଟି ମନ୍ଦିର ରହିଥିବା ପାହାଡ ଉପରେ ହଠାତ୍‌ ସରକାରଙ୍କ ବଡବଡିଆଙ୍କ କେବେ ନଜର ପଡିଥିଲା କେଜାଣି, ତହସିଲଦାରଙ୍କ ଠାରୁ ଜମି ଚିହ୍ନଟ କରି ଦୁଇଟି ମନ୍ଦିର ଯିବାକୁ ଥିବା ନିତିଦିନିଆ ରାସ୍ତାର ସମ୍ମୁଖ ଭାଗରେ ପାଚେରୀ ନିର୍ମାଣ କରି କୁଆଡେ କୋର୍ଟ କରାଯିବା ସକାଶେ ଜମି କୁ ନିଜ ଅକ୍ତିଆରରେ ରଖିଛନ୍ତିା ସେପଟେ ହନୁମାନ ମନ୍ଦିରକୁ ଯିବା ସକାଶେ ନିତିଦିନିଆ ରାସ୍ତା ନଥିବା କାରଣରୁ ଗାଁର ଦିନ ବନ୍ଧୁ ସାହୁ ଓ ଅଭିମନ୍ୟୁ ସାହୁ ନାମକ ବ୍ୟକ୍ତିଙ୍କୁ ଗ୍ରାମବାସୀ ମାନେ ନିବେଦନ କରିବା ପରେ ତାଙ୍କ ନାମରେ ଥିବା ପଟାଜମିକୁ ରାସ୍ତା କରିବା ସକାଶେ ସହମତି ପ୍ରଦାନ କରିଥିଲୋ

ପାହାଡ ଉପରେ ରହିଥିବା ଏହି ମନ୍ଦିରରେ ଏପରି ସ୍ତିତିରେ ଗ୍ରାମବାସୀ ସଂଗ୍ରାମର ସହ ନିତିଦିନିଆ ରାସ୍ତା କରି ଗ୍ରାମରେ ଥିବା ଭକ୍ତଙ୍କୁ ମନ୍ଦିରକୁ ଯିବାର ସୁଯୋଗ ସୃଷ୍ଠି କରିଥିବା ବେଳେ ପ୍ରଶାସନ ନିତିଦିନିଆ ରାସ୍ତାକୁ ଦେଖି ଏବେ ସରକାରୀ କାର୍ଯ୍ୟ ନିର୍ମାଣ ଆରମ୍ଭ କରିଦେଇଛନ୍ତିା ଏହାକୁ ନେଇ ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଗ୍ରାମବାସୀ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ରବିବାର ପଣା ସଂକ୍ରାନ୍ତି ଅବସରରେ ଏକଥା ଜଣାପଡିଥିଲାା

ଅନ୍ୟପକ୍ଷରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ପାଚେରୀ ନିର୍ମାଣ କରାଯିବା ପୁର୍ବରୁ କାହିଁକି ବିରୋଧ କଲେ ନାହିଁ ଓ ବର୍ତ୍ତମାନ କାହିଁକି ତତ୍ପରତା ଦେଖାଦେଇଛନ୍ତି ତାହା ଚର୍ଚ୍ଚା ପାଲଟିଛିା ମନ୍ଦିର ରାସ୍ତା ପାଇଁ ଦାନ ସୂତ୍ରରେ ଦିଆଯାଇଥିବା ଜମିରେ ଅନେକ ବର୍ଷ ହେଲା ପକ୍କା ପିଚୁ ରାସ୍ତା କରାଯାଇଥିବା କାରଣରୁ ବିଏସଏଫ ଯବାନ ମଧ୍ୟ ସେହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି, ଉକ୍ତ ରାସ୍ତା ଦେଇ ସେପଟେ ସରକାରଙ୍କ ଗୃହ ନିର୍ମାଣ ଯଦି ପାହାଡ ଉପରେ କରାଯାଏ ତାହେଲେ ଦାନକରିଥିବା ଜମି ମାଲିକ ଏଥିରେ କିପ୍ରକାର ଭାବେ ଗ୍ରହଣ କରିବେ ବୋଲି ମଧ୍ୟ ଅନେକ ମତଦେଇଥିବା ବେଳେ ଉକ୍ତ ରାସ୍ତାରେ ଯଦି ହନୁମାନ ମନ୍ଦିରକୁ ରାସ୍ତା ଦିଆନଯାଏ ତାହେଲେ ଏକ ଗୋଳମାଳିଆ ପରିସ୍ତିତି ଉପୁଯିବାର ସମ୍ଭବନା ରହିଛିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe