ବାରିପଦା ସହରରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ନିୟମକୁ ଫୁ.....

Advertisment
ବାରିପଦା ସହରରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ନିୟମକୁ ଫୁ.....

Sambad

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ କରୋନା ମହାମାରୀ ଲଗାମଛଡ଼ା ହେବାରେ ଲାଗିଛି। ପ୍ରତ୍ୟେକ ଦିନ କେହି ନା କେହି କରୋନାରେ ଆକ୍ରାନ୍ତ ହୋଇ ଜୀବନ ଦେଉଥିବାର ହାଟ ବଜାର ଓ ପ୍ରତ୍ୟେକ ଖଟିରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅମାନିଆମାନଙ୍କ କ୍ଷେତ୍ରରେ କୌଣସି ପ୍ରକାରର ଭୟର ଛାପ ପରିଲକ୍ଷିତ ହୋଇପାରି ନାହିଁ। ବାରିପଦା ସହରର ଦୀନିକ କଚେରୀ ମାର୍କେଟ ହେଉ ଅଥବା ହୋଲସେଲ ବ୍ୟବସାୟ ସବୁଠି କରୋନା ମାର୍ଗଦର୍ଶିକାର ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବାର ଦେଖିବାକୁ ମିଳିଛି। ନାଁ ରହୁଛି ପରସ୍ପର ମଧ୍ୟରେ ସର୍ବନିମ୍ନ ୬ ଫୁଟର ସାମାଜିକ ଦୂରତା ଅଥବା ମୁହଁରେ ମାସ୍କ।

ଯଦିଓ ଅମାନିଆମାନଙ୍କ ମଧ୍ୟରୁ କେତେକ ମୁହଁରେ ମାସ୍କ ଲଗାଇଛନ୍ତି। ତାହା ପୁଣି ନାକ ତଳ ଅଥବା ଦାଢ଼ିରେ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସାମାଜିକ ଦୂରତା ରକ୍ଷା ସହ ସଠିକ ଭାବେ ମୁହଁରେ ମାସ୍ତ ପିନ୍ଧିବା ନିମନ୍ତେ ସତର୍କ ସୂଚନା ଏହି ଧରଣର ଅମାନିଆମାନଙ୍କ କ୍ଷେତ୍ରରେ ମୂଲ୍ୟହୀନ ସାବ୍ୟସ୍ତ ହୋଇଛି। ଏଣୁ ଏମାନଙ୍କୁ ଠିକଣା ରାସ୍ତାକୁ ଆଣିବା ପାଇଁ ହେଲେ ପୁଲିସ ପ୍ରଶାସନଙ୍କୁ ଅଙ୍ଗୁଳି ତେଢ଼ା କରିବାକୁ ପଡ଼ିବ, ଏଥିରେ କୌଣସି ଦ୍ୱିମତ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe