ସାମାଜିକ ବାସନ୍ଦ ! ମୃତ୍ୟୁ ପରେ ପାଖ ମାଡ଼ିଲେନି ଜାତି ସମାଜ

ଜିନ୍ଦଲରେ ଟ୍ରେଲର ଡ୍ରାଇଭରଙ୍କ ଆକସ୍ମିକ ମୃତ୍ୟୁ 

bbc

ଜମନକିରା: ଜଣେ କିଡ୍‌ନି ରୋଗୀଙ୍କ ମୃତ୍ୟୁରେ ପରିବାର ଲୋକେ ଦୂରେଇ ଗଲେ। ଗାଁ ସାହିପଡ଼ିଶା, ବନ୍ଧୁ ବାନ୍ଧବ, ଜାତି ସମାଜ ସମବେଦନା ଜଣାଇବା ତ ଦୂରର କଥା କାନ୍ଧ ଦେବାକୁ ବି ଆସିଲେନି। ରାତିସାରା ଶବ ପଡ଼ି ରହିବା ପରେ ମାମୁ ମଉସା ଆସି ଗୁରୁବାର ମଶାଣିରେ ପୋତିଥିଲେ। ଏ ସବୁ ଭିତରେ ମୃତ କିଡ୍‌ନି ରୋଗୀଙ୍କ ୧୦ ବର୍ଷର ଶିଶୁପୁତ୍ର ଅଲୋଡ଼ା ହୋଇପଡିଛି। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଷଣ୍ଢପଥର ଗାଁରେ ଏଭଳି ଏକ ଘଟଣା ଘଟିଛି।

ଗତ ୪ ବର୍ଷରୁ ବେଶୀ ହେବ ବଡ଼ରମା ପଂଚାୟତ ଷଣ୍ଢପଥର ଗ୍ରାମର ନିକୁଞ୍ଜ ଦେହୁରୀ (୩୨) କିଡନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ l ଗତ ୧୬ ତାରିଖ ରାତି ପ୍ରାୟ ୯ ଟାରେ ତାଙ୍କ ଘରେ ମୃତ୍ୟୁ ଘଟିଥିଲା । ରାତିରେ ତାଙ୍କ ମୃତ୍ୟୁ ଘଟିଥିଲେ ହେଁ ତାଙ୍କ ଭାଇ କିମ୍ବା ପରିବାର ଅନ୍ୟ କେହି ଆସିନଥିଲେ। ରାତିସାରା ଘରେ ଶବ ପଡ଼ି ରହିଥିଲା। ଜାତି ସମାଜ ତାଙ୍କ ଅନ୍ତିମ କାର୍ଯ୍ୟ ପାଇଁ ଆଗକୁ ଆସିନଥିଲେ l ଫଳରେ ମୃତକଙ୍କ ମା' ପଦ୍ମାବତୀ ଦେହୁରୀ (୬୨) ନିରୁପାୟ ହୋଇ ପଡ଼ିଥିଲେ l ଶେଷରେ ପଡ଼ିଆବାହାଲ ପାଖ ବାଙ୍କଟାଲ -ବଦକଛାର ଗ୍ରାମରୁ ମୃତକଙ୍କ ସଂପର୍କୀୟ ମାମୁ ଓ ମଉସା ଆସି ଷଣ୍ଢପଥର ପାଖ ମଶାଣିରେ ନେଇ ପୋତି ସତ୍କାର କରିଥିଲେ l କିଛି ବର୍ଷ ତଳେ ମୃତ ନିକୁଞ୍ଜଙ୍କୁ ତାଙ୍କ ପତ୍ନୀ ଛାଡ଼ପତ୍ର ଦେଇଥିବାରୁ ନିକୁଞ୍ଜ ଓ ତାଙ୍କ ମା' ପଦ୍ମାବତୀଙ୍କୁ ସାମାଜିକ ବାସନ୍ଦ କଟକଣା ଲଗାଯାଇଥିଲା l ଘରେ ମୃତକଙ୍କ ୧୦ ବର୍ଷର ଏକ ଶିଶୁ ପୁତ୍ର ରହିଛି l ଏବେ ମୃତକଙ୍କ ୧୦ ବର୍ଷୀୟ ଶିଶୁ ପୁତ୍ର କାହା ପାଖରେ ରହିବ କିଭଳି ଜୀବିକା ନିର୍ବାହ କରିବ ତାହାକୁ ନେଇ ମୃତକଙ୍କ ମା ପଦ୍ମାବତୀ ଚିନ୍ତାରେ ରହିଛନ୍ତି। ଏଣୁ ବ୍ଲକ ପ୍ରଶାସନ ପକ୍ଷରୁ ବାପଛେଉଣ୍ଡ ଶିଶୁପୁତ୍ର ଅନୁପ୍ରାସ ଦେହୁରୀଙ୍କ ପାଠପଢ଼ା, ଭରଣପୋଷଣ ଖର୍ଚ୍ଚ, ମିଳୁଥିବା ସରକାରୀ ସହାୟତା ଶୀଘ୍ର ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe