ଚିଡିପଦର ଗ୍ରାମବାସୀଙ୍କୁ ଚୁଆ ପାଣି ଭରସା

Advertisment
ଚିଡିପଦର ଗ୍ରାମବାସୀଙ୍କୁ ଚୁଆ ପାଣି ଭରସା

ଚନ୍ଦ୍ରପୁର: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ପଞ୍ଚାୟତ ଠାରୁ ମାତ୍ର ୩ କିମି ଦୂରରେ ବିଡିପଦର ଗ୍ରାମ ରହିଛି। ବିଡିପଦର ତଳ ସାହିରେ ୧୨ ଆଦିବାସୀ ପରିବାର ରହନ୍ତି। କିନ୍ତୁ ସେମାନଙ୍କ ବଞ୍ଚିବା ପାଇଁ କେବଳ ସାହା ଭରସା ଚୁଆ ପାଣି। ଗ୍ରାମରେ ଏକମାତ୍ର ନଳକୂପ ଅଙ୍ଗନବାଡ଼ି କେନ୍ଦ୍ରରେ ଅଛି। ଉକ୍ତ ନଳକୂପରୁ ଗୋଳିଆ ପାଣି ବାହାରୁ ଥିବା ଯୋଗୁଁ ତାହା ପିଇବା ପାଇଁ ଉପଯୋଗୀ ନୁହଁ।

ତେଣୁ ବାଧ୍ୟ ହୋଇ ଗ୍ରାମ ନିକଟସ୍ଥ ବିଲରେ ଚୁଆ ଖୋଳି ପ୍ରତିଦିନ ତାହାକୁ ପିଇବା ପାଣି ରୂପେ ବ୍ୟବହାର କରୁଛନ୍ତି। ଦୂଷିତ ପାଣି ବ୍ୟବହାର କରିବା ଦ୍ବାରା ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି।

ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ କିନ୍ତୁ ବିଶୁଦ୍ଧ ପାନୀୟ ଯୋଗାଇ ଦେବାକୁ ବିଫଳ ହୋଇଛନ୍ତି। ନୂତନ ନଳକୁପ ଖୋଳିବା ପାଇଁ ବ୍ଲକ ପ୍ରଶାସନ ଓ ପଞ୍ଚାୟତକୁ ବହୁବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ ବୋଲି ପଦ୍ମନ ପାଲାକା,ବୁଲୁକା ପାଲାକା,ଶିବ ପାଲାକା,ଲଙ୍ଗେସା ବିଏସ୍କ୍। ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe