ଅଦିନିଆ ବର୍ଷା ଉଜାଡ଼ିଦେଲା ଧାନଫସଲ: ଚାଷଜମିରେ ପାଣି ଭର୍ତ୍ତି, ଚିନ୍ତାରେ ଚାଷୀ

Advertisment
ଅଦିନିଆ ବର୍ଷା ଉଜାଡ଼ିଦେଲା ଧାନଫସଲ: ଚାଷଜମିରେ ପାଣି ଭର୍ତ୍ତି, ଚିନ୍ତାରେ ଚାଷୀ

ଔପଦା: ଚାଷୀମାନଙ୍କ ଉପରେ ଦାଉ ସାଜିଛି ଅଦିନିଆ ବର୍ଷା। ଉଜାଡ଼ି ଦେଇଛି ବର୍ଷକର ଫସଲ। କରୋନା ପ୍ରଭାବରେ ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଦୋହଲି ଯାଇଥିବା ବେଳେ ଚାଷବାସ କରି ଅଣ୍ଟା ସଳଖିବାକୁ ଚେଷ୍ଟା କରିଥିଲେ ଚାଷୀ। ହେଲେ ଅଦିନିଆ ବର୍ଷା ସବୁକିଛି ବିଗାଡ଼ି ଦେଇଛି। ଫସଲ ଅମଳ ସମୟରେ ବିଲ ଭିତରେ ଆଣ୍ଠୁଏ ପାଣି ଜମି ରହିଛି। ଫସଲ ପଚିଯିବା ଭୟରେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ବାଲେଶ୍ୱର ଜିଲ୍ଲା ଔପଦା ଅଞ୍ଚଳର ଚାଷୀ। ଅଦିନିଆ ବର୍ଷା ଯୋଗୁଁ ଔପଦା ବ୍ଲକର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଧାନଫସଲ ନଷ୍ଟ ହୋଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଧାନକ୍ଷେତରେ ପାଣି ଜମି ରହିଥିବାରୁ ଧାନଗଛ ପଚିଯିବା ଆଶଙ୍କାରେ ଚିନ୍ତିତ ହୋଇ ପଡ଼ିଛନ୍ତି। ରାଜସ୍ବ ବିଭାଗ ଓ କୃଷି ବିଭାଗ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀ ମହଲରେ ଦାବି ହୋଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe