ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ତେଜିଲା ରିଆଡମିସନ୍ ଫି ଛାଡ଼ ଦାବି

Advertisment

୨୪ ଘଣ୍ଟା ମଧ୍ୟରେ ଦାବି ପୂରଣ ନହେଲେ ସାମୂହିକ ଆତ୍ମାହୁତି ଚେତାବନୀ

୨୪ ଘଣ୍ଟା ମଧ୍ୟରେ ଦାବି ପୂରଣ ନହେଲେ ସାମୂହିକ ଆତ୍ମାହୁତି ଚେତାବନୀ

ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ତେଜିଲା ରିଆଡମିସନ୍ ଫି ଛାଡ଼ ଦାବି

ବାରିପଦା: ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ପୁଣି ତେଜିଛି ରିଆଡମିସନ୍ ଫି ଛାଡ଼ ଦାବି। ୨୪ ଘଣ୍ଟା ମଧ୍ୟରେ ଏହା ୭୦ ପ୍ରତିଶତ ଛାଡ଼ କରିବା ଦାବି ପୂରଣ ନହେଲେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମୂହିକ ଆତ୍ମାହୁତି ଦେବେ ବୋଲି ଆଜି ଚେତାବନୀ ଦେଇଛନ୍ତି। ଏନେଇ କୁଳପତିଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି।

କରୋନା କାରଣରୁ ଜିଲ୍ଲାର ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟର ରିଆଡମିସନ୍ ଫି ଜମା କରିବା ସମ୍ଭବ ନୁହେଁ ବୋଲି ଛାତ୍ରଛାତ୍ରୀମାନେ ଦାବି କରି ଅକ୍ଟୋବର ୭ରୁ ୧୦ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିଥିଲେ । ତେବେ ପ୍ରତିଶ୍ରୁତି ପରେ ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ କରୁଥିବା ଅନଶନରୁ ଓହରିଥିଲେ। ମାତ୍ର ଅଦ୍ୟାବଧି ଉକ୍ତ ଦାବି ସମ୍ପର୍କରେ କୌଣସି ବିଚାର ହୋଇନଥିବାରୁ ବାଧ୍ୟହୋଇ ସାମୂହିକ ଆତ୍ମାହୁତି ଭଳି ନିଷ୍ପତ୍ତି ନେଇଥିବା ଛାତ୍ରନେତା ଚିତ୍ତେଶ୍ବର ବେହେରା ପ୍ରକାଶ କରିଛନ୍ତି।

ରିଆଡମିସନ୍ ଫି ୭୦ ପ୍ରତିଶତ ଛାଡ଼ କରାଇବା ଦାବି ସମ୍ପର୍କରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ବିଚାର କରୁନାହାନ୍ତି। ଯାହାକି ଛାତ୍ରସମାଜକୁ ବାଧୁଥିବା ପ୍ରକାଶ କରିଛନ୍ତି ଛାତ୍ରନେତା ଚିତ୍ତେଶ୍ବର। ଯାହାଫଳରେ ଏଭଳି ଚରମ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe