୪ଟି  ଟ୍ରାଫିକ ପୋଷ୍ଟରେ ୯ମାସ ଧରି ଜଳୁନି ଟ୍ରାଫିକ ସିଗନାଲ ଲାଇଟ୍ : ଉପରାଷ୍ଟ୍ରପତିଙ୍କ ସଚିବଙ୍କ ନିକଟରୁ ଚିଠି ଆସିବା ପରେ ପୌରପାଳିକାର ତତ୍ପର

Advertisment
୪ଟି  ଟ୍ରାଫିକ ପୋଷ୍ଟରେ ୯ମାସ ଧରି ଜଳୁନି ଟ୍ରାଫିକ ସିଗନାଲ ଲାଇଟ୍ : ଉପରାଷ୍ଟ୍ରପତିଙ୍କ ସଚିବଙ୍କ ନିକଟରୁ ଚିଠି ଆସିବା ପରେ ପୌରପାଳିକାର ତତ୍ପର

ଜୟପୁର: ଜୟପୁର ସହରରେ ଥିବା ୪ଟି ଟ୍ରାଫିକ୍ ପୋଷ୍ଟଗୁଡିକରେ ଥିବା ସିଗନାଲ ଲାଇଟ ମାସେ ନୁହେଁ କି ଦୁଇ ମାସ ନୁହେଁ ଗତ ୯ମାସ ଧରି ହେଲା କାର୍ଯ୍ୟକ୍ଷମ ନ ହୋଇ ପଡିରହିଛି । ଟ୍ରାଫିକ୍ ସିଗନାଲ ଲାଇଟ୍ କାର୍ଯ୍ୟକ୍ଷମ ହେଉ ନ ଥିବା ଯୋଗୁଁ ୨୬ ନମ୍ବର ଜାତୀୟ ରାଜପଥର ମୁଖ୍ୟ ରାସ୍ତାରେ ପ୍ରତିଦିନ ଜଟିଳ ହେବାରେ ଲାଗିଛି ଟ୍ରାଫିକ ସମସ୍ୟା । ଏହି ସମସ୍ୟାକୁ ନେଇ ସମାଜସେବୀ ବସନ୍ତ ପାତ୍ର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି , ଉପରାଷ୍ଟ୍ରପତି ଆଦିଙ୍କ ଦ୍ବାରସ୍ଥ ହୋଇଥିଲେ। ଉପରାଷ୍ଟ୍ରପତିଙ୍କ  ସଚିବ ହୁରବି ସାକିଲ ଭାରପ୍ରାପ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି କରିବା ପରେ ଏବେ ତତ୍ପରତା ପ୍ରକାଶ ପାଇଛି।

ଗତ ମାର୍ଚ୍ଚ ମାସ ଠାରୁ ସମସ୍ତ ଟ୍ରାଫିକ୍ ସିଗନାଲ ପୋଷ୍ଟଗୁଡିକର ସିଗନାଲ ଲାଇଟଗୁଡିକ ଖରାପ ହୋଇପଡିଥିବା ବେଳେ ରକ୍ଷାଣବେକ୍ଷଣ ଅଭାବରୁ ଏହି ସିଗନାଲ ଲାଇଟ ଗୁଡିକ ଲାଗୁନି । କଟକଣାରେ କୋହଳ ହେବା ପରେ ୨୬ ନମ୍ବର ଜାତୀୟ ରାଜପଥର ଏହି ମୁଖ୍ୟ ରାସ୍ତା ଦେଇ ରାଜଧାନୀରୁ ମାଲକାନଗିରି,ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ସହ ପଶ୍ଚିମଓଡିଶା ତଥା ପଡୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଦୈନିକ ଶତାଧିକ ଯାତ୍ରୀବାହୀ ବସ, ମାଲବାହୀ ଟ୍ରକ ସମେତ ଅନ୍ୟ ଯାନବାହାନଗୁଡିକ ଯାତାୟାତ କରୁଥିବା ବେଳେ ଟ୍ରାଫିକ ସିଗନାଲ ଲାଇଟ କାର୍ଯ୍ୟକ୍ଷମ ହେଉ ନ ଥିଲେ ସୁଦ୍ଧା କୈାଣସି ଗୁରୁତ୍ୱ ଦେଉନାହିଁ ଏହାର ପରିଚାଳନା ଦାୟିତ୍ୱରେ ଥିବା ଜୟପୁର ପୈାର ପରିଷଦ ।

ସହରର ପୁରୁଣା ବସଷ୍ଟାଣ୍ଡ ଟ୍ରାଫିକ ଛକ, ଲେବର ଅଫିସ ଛକ, ଗାନ୍ଧୀଛକ, ଓ ପିଆରପେଟ୍ଟା ଛକରେ ଥିବା ଟ୍ରାଫିକ ସିଗନାଲ ଲାଇଟ୍ଗୁଡିକ ଅଚଳ ହୋଇ ପଡିଥିବା ବେଳେ ଏହି ସିଗନାଲ ଲାଇଟ୍ ଗୁଡିକର ମରାମତି କରୁଥିବା ସଂସ୍ଥାର ଦେଖା ମିଳୁ ନାର୍ହିଁ ।  ଟ୍ରାଫିକ ସିଗନାଲ ରକ୍ଷାଣବେକ୍ଷଣର ତଦାରଖ ଦାୟିତ୍ୱରେ ରହିଥିବା ପୈାର ପରିଷଦ ଅପେକ୍ଷା କରି ରହିଛି କୋଲକୋତାର ଟେକ୍ନିସିଆନମାନଙ୍କୁ ।  ଟ୍ରାଫିକ୍ ସିଗନାଲ ଲାଇଟର ରକ୍ଷାଣବେକ୍ଷଣ ପାଇଁ କୋଲକତାର ଏକ ସଂସ୍ଥାକୁ ବାର୍ଷିକ ୧ଲକ୍ଷ ୩ ୦ହଜାର ଟଙ୍କା ପୈାର ପରିଷଦ, ଜୟପୁର ପକ୍ଷରୁ ପ୍ରଦାନ କରାଯାଉଛି। ଏପରିକି ବହୁ ଚିଠି ପରେ  ଏହାରି ମଧ୍ୟରେ ଏହି ସଂସ୍ଥାର କର୍ମଚାରୀ ମାନେ ଆସି ସିଗନାଲ୍ ଲାଇଟ୍ ଗୁଡ଼ିକ ବହୁ ପୁରୁଣା ଏହା ଏବେ  ମରାମତି ହୋଇପାରିବନି ବୋଲି ଜଣାଇଥିଲେ। ଏହା ପରେ ଏବେ ନୂଆ ସିଗନାଲ୍ ଲାଇଟ୍ ଲଗାଇବା ପାଇଁ ପୈାର ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରିବା ସହ  ଟେଣ୍ଡର ପାଇଁ ବିଞପ୍ତି ପ୍ରକାଶ କରାଯାଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe