ଥଇଥାନ ନକରି ଉଚ୍ଛେଦ ନୋଟିସ

Advertisment
ଥଇଥାନ ନକରି ଉଚ୍ଛେଦ ନୋଟିସ

ହାଟଡିହି: ୧୯୭୫ରେ ଆନନ୍ଦପୁର ମୁଖ୍ୟ କେନାଲ ନିର୍ମାଣ ସମୟରେ ବିସ୍ଥାପିତ ହୋଇଥିବା କିଛି ପରିବାର ହାଟଡିହି ବ୍ଲକ୍‌ ବିଦ୍ୟାଧରପୁର ଗ୍ରାମର ଏକ ସରକାରୀ ଜମିରେ ଘର କରି ରହୁଛନ୍ତି। ସେମାନଙ୍କୁ ସେହି ସ୍ଥାନରୁ ହଟାଇବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି। ବିଦ୍ୟାଧରପୁର ଗ୍ରାମର ଅନାଦି ଯେନାଙ୍କ କହିବା ହେଲା, ମୁଖ୍ୟ କେନାଲ ନିର୍ମାଣ ସମୟରେ ତାଙ୍କ ଘରବାଡ଼ି ଯାଇଥିଲା। ପରବର୍ତ୍ତୀ ସମୟରେ ପୁନର୍ବାର ତାଙ୍କର ଜମି ମଧ୍ୟ କେନାଲ ପାଇଁ ଚାଲିଗଲା। ସରକାର କମ ମୂଲ୍ୟ ଦେଇ ଜମି ସବୁ ନେଇଯିବା ପରେ ଘରଦ୍ୱାର ଓ ଚାଷ କରିବା ପାଇଁ ଜମି ରହିଲା ନାହିଁ। ସେ ବାଧ୍ୟ ହୋଇ ଗ୍ରାମରେ ଥିବା ଏକ ସରକାରୀ ଜମିରେ ଘର କରି ରହୁଛନ୍ତି। ସେ ଏକା ନୁହନ୍ତି ଗ୍ରାମର ୩୦ରୁ ଊର୍ଦ୍ଧ୍ବ ପରିବାର ଏଠାରେ ୪୮ବର୍ଷ ହେଲା ରହିଆସୁଛନ୍ତି। କିଛିଦିନ ତଳେ ତହସିଲ ପକ୍ଷରୁ ଅନାଦି ଯେନା, ଅକ୍ଷୟ ଯେନା, ଅଭୟ ଯେନା, ନୃସିଂହ ଯେନାଙ୍କୁ ସରକାରୀ ଜମିରୁ ଜବରଦଖଲ ହଟାଇବାକୁ ନୋଟିସ୍‌ କରାଯାଇଛି। ଏହାକୁ ନେଇ ସମ୍ପୃକ୍ତ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭୂମିହୀନ ହୋଇଥିବାରୁ ଅନ୍ୟ କୌଣସି ସ୍ଥାନରେ ଜାଗା ଦିଆଯାଇ ଜବରଦଖଲ ଉଚ୍ଛେଦ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe