ଏନଟିପିସି ଡୁଲିଙ୍ଗା ଏଜିଏମଙ୍କ ତାଉ; କହିଲେ, ‘ଖବରକାଗଜରେ ବାହାରିଲେ ଆମର କିଛି ହେବ ନାହିଁ’

Advertisment

କ୍ଷତିପୂରଣ ନୁହେଁ, କେବଳ ପ୍ରତିଶ୍ରୁତି ଦେଇ ଏନଟିପିସି ଭାଙ୍ଗିଦେଲା ଘର

କ୍ଷତିପୂରଣ ନୁହେଁ, କେବଳ ପ୍ରତିଶ୍ରୁତି ଦେଇ ଏନଟିପିସି ଭାଙ୍ଗିଦେଲା ଘର

ଏନଟିପିସି ଡୁଲିଙ୍ଗା ଏଜିଏମଙ୍କ ତାଉ; କହିଲେ, ‘ଖବରକାଗଜରେ ବାହାରିଲେ ଆମର କିଛି ହେବ ନାହିଁ’

ସୁନ୍ଦରଗଡ଼/ହେମଗିର: ଏନଟିପିସି ଡୁଲିଙ୍ଗା କୋଇଲା ଖଣି ପାଇଁ ଡୁଲିଙ୍ଗା ଗାଁର ସମସ୍ତ ବିସ୍ଥାପିତ ଗାଁ ଛାଡ଼ି ଥିଲେ ମଧ୍ୟ ଭୂମିହିନ ଲଳିତ କୁମାର ଖଡ଼ିଆ ଘର ଛାଡ଼ି ନଥିଲେ। ସରକାରୀ ଜମିରେ ଘର କରିଛି କହି ଘରବାରି କ୍ଷତିପୂରଣ ଓ ଅନ୍ୟ ଥଇଥାନ ସୁବିଧା ଦେଇ ନଥିବାରୁ ଏନଟିପିସିର ତାଗିଦ୍ ସତ୍ତ୍ବେ ଘର ଛାଡ଼ିବାକୁ ସେ ମନା କରି ଦେଇଥିଲେ। ଏପଟେ ବିନା କ୍ଷତିପୂରଣରେ ଜୋର୍ କରି ଘର ଭାଙ୍ଗିଦେବାକୁ ଧମକ ଦେଇ ଚାଲିଥିଲା ଏନଟିପିସି। ଏ ସମ୍ପର୍କିତ ଖବର ୪ ତାରିଖ ‘ସମ୍ବାାଦ’ରେ ପ୍ରକାଶ ପାଇବା ପରେ ଉତକ୍ଷିପ୍ତ ହୋଇପଡ଼ିଛନ୍ତି ଏନଟିପିସି ଡୁଲିଙ୍ଗା କୋଇଲା ଖଣି ଉପମହାପ୍ରବନ୍ଧକ (ଏଜିଏମ)। ଆଜି ଆମ ସମ୍ବାଦଦାତାଙ୍କୁ ଫୋନ୍ କରି ‘କାହାକୁ ପଚାରି ନ୍ୟୁଜ୍ କରିଥିଲେ, ଖବରକାଗଜରେ ଲେଖିଲେ ଆମର କିଛି ଅସୁବିଧା ହେବ ବୋଲି ଭାବୁଛନ୍ତି କି, ଆମର କିଛି ହେବ ନାହିଁ’ ବୋଲି କହିଥିଲେ।

ତେବେ ଏହା ମଧ୍ୟରେ ଏନଟିପିସି କର୍ତ୍ତୃପକ୍ଷ ଓ ପ୍ରଶାସନ ଲଳିତଙ୍କୁ କ୍ଷତିପୂରଣର କେବଳ ମୌଖିକ ପ୍ରତିଶ୍ରୁତି ଦେଇ ରବିବାର ଘର ଭାଙ୍ଗି ଦେଇଥିବା ଖବର ମିଳିଛି। ଲଳିତଙ୍କୁ ଘରର ୩ ଲକ୍ଷ ଟଙ୍କା କ୍ଷତିପୂରଣ, ୬ ମାସ ମଧ୍ୟରେ ୪ ଡିସିମିଲ ଘର ଡିହ ଓ ସେ ପର୍ଯ୍ୟନ୍ତ କୌଣସି ପାଖଆଖ ଗାଁରେ ରହିବାକୁ ଘରଭଡ଼ା ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଥିବାି ପ୍ରକାଶ। ତେବେ କ୍ଷତିପୂରଣ ଟଙ୍କା କେବେ ଦିଆଯିବ ଓ ଅନ୍ୟ ସୁବିଧା ମିଳିବ କି ନାହିଁ, ସେ ସମ୍ପର୍କରେ କର୍ତ୍ତୃପକ୍ଷ ସ୍ପଷ୍ଟ କରି ନଥିବା ଲଳିତ ପ୍ରକାଶ କରିଛନ୍ତି। ଲଳିତ ଖଡ଼ିଆଙ୍କ କହିବା ଅନୁସାରେ, ସେ ଗତ ୨୦୦୫ରେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଲିଆଖାଇ ଗାଁରୁ ପେଟପାଟଣା ପାଇଁ ସ୍ତ୍ରୀ ସହ ଆସି ଡୁଲିଙ୍ଗାରେ ଏକ ଅନାବାଦୀ ଜମିରେ ଘର କରି ସ୍ଥାୟୀ ଭାବେ ରହି ଆସୁଥିଲେ।

ଏଠାରେ ତାଙ୍କ ଦୁଇ ପୁଅର ଜନ୍ମ। ୧୭ ବର୍ଷ ହେଲା ଏହି ଗାଁର ବାସିନ୍ଦା ହୋଇ ରହିଥିବା ଲଳିତ ଏଠାରେ ଭୋଟଦାନ ଅଧିକାର ପାଇବା ସହ ରାସନ କାର୍ଡ, ଆଧାରକାର୍ଡ, କେନ୍ଦୁପତ୍ର କାର୍ଡ, ବିଦ୍ୟୁତ ଉପଭୋକ୍ତା କାର୍ଡ ପାଇ ସରକାରୀ ସୁବିଧା ସବୁ ପାଇ ଆସୁଥିଲେ। ଏହା ଛଡ଼ା ଅନାବାଦୀ ଜମିରେ ଘର କରିଥିବାରୁ ତାଙ୍କ ନାମରେ ଜବରଦଖଲ ମାମଲା ଓ ସାନଘୁମୁଡ଼ା ରାଜସ୍ବ ନିରୀକ୍ଷକଙ୍କ ସରଜମିନ ତଦନ୍ତ ରିପୋର୍ଟ ମଧ୍ୟ ରହିଥିଲା। ଏହା ସତ୍ତ୍ବେ ଏନଟିପିସି ତାଙ୍କୁ ବିସ୍ଥାପିତ ତାଲିକାରେ ସ୍ଥାନ ଦେବାକୁ ମନା କରି ଦେଇ ଜୋରଜବରଦସ୍ତ ଘରୁ ତଡ଼ିବାକୁ ଉଦ୍ୟମ କରି ଆସୁଥିଲା। ନିୟମ ଅନୁସାରେ, ସରକାରୀ ଜମିରେ ଘର କରିଥିବାରୁ ଲଳିତ ଜମିର କ୍ଷତିପୂରଣ ପାଇବାକୁ ଯୋଗ୍ୟ ନୁହନ୍ତି, କିନ୍ତୁ ନିଜ ହାତରେ ତିଆରି କରିଥିବା ଘରର କ୍ଷତିପୂରଣ ଓ ସ୍ଥାନୀୟ ବାସିନ୍ଦା ଭାବେ ଆବଶ୍ୟକ ପ୍ରମାଣପତ୍ର ଥିବା ସତ୍ତ୍ବେ ତାଙ୍କୁ ବିସ୍ଥାପିତ ତାଲିକାରେ ସ୍ଥାନ ନଦେବାକୁ ନେଇ ପ୍ରଶ୍ନ ଉଠିଥିଲା। ଏ ସମ୍ପର୍କରେ ଲଳିତ ବହୁବାର ହେମଗିର ତହସିଲଦାରଙ୍କ ଠାରୁ ଆରମ୍ଭ କରି ଭୂଅର୍ଜନ ଅଧିକାରୀ, ଉପଜିଲ୍ଲାପାଳଙ୍କ ଯାଏ ଗୁହାରି କରିଥିଲେ। କିନ୍ତୁ କେହି ଶୁଣି ନଥିଲେ, ଓଲଟା ତାଙ୍କ ଘରେ ବୁଲଡୋଜର ଚଲାଇବାକୁ ଧମକ ଦେଇ ଚାଲିଥିଲା କମ୍ପାନି। ତେବେ ପ୍ରତିଶ୍ରୁତି ମୁତାବକ ତାଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଯୁବନେତା ରାଜେନ୍ଦ୍ର ନାଏକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe