Advertisment

ଅବ୍ୟବସ୍ଥା ମଧ୍ୟରେ ବ୍ଲକ ଓ ପୌରାଞ୍ଚଳସ୍ତରୀୟ ନୂଆ 'ଓ' ଖେଳ ପ୍ରତିଯୋଗିତା ଅନୁଷ୍ଠିତ

Advertisment
ଅବ୍ୟବସ୍ଥା ମଧ୍ୟରେ ବ୍ଲକ ଓ ପୌରାଞ୍ଚଳସ୍ତରୀୟ ନୂଆ 'ଓ' ଖେଳ ପ୍ରତିଯୋଗିତା ଅନୁଷ୍ଠିତ

ଘୁ. ଉଦୟଗିରି: ସ୍ଥାନୀୟ ହବାକ୍ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଘୁ. ଉଦୟଗିରି ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ନୂଆ ‘ଓ’ ଖେଳ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତା ଓ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଢ଼ଙ୍ଗୀଙ୍କ ମିଳିତ ତତ୍ତ୍ଵାବଧାନରେ ଅୟୋଜିତ ଏହି ଖେଳ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୌର ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମୀତା ଶତପଥୀ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ସମସ୍ତ କାଉନସିଲର ଓ ଅନ୍ୟ ଅଧିକାରୀମାନେ ଏହି ଉଦଘାଟନୀ ଅବସର ଉପସ୍ଥିତ ଥିଲେ। ତେବେ କ୍ରୀଡ଼ା କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଖେଳରେ ଅଂଶ ଗ୍ରହଣ କରିଥିବା ଖେଳାଳିମାନଙ୍କ ବସିବା ଏବଂ ବିଶ୍ରାମ ନେବା ନିମନ୍ତେ ଟେଣ୍ଟ ବ୍ୟବସ୍ଥା ନ ଥିବା ବେଳେ ଟାଣ ଖରାରେ ପିଲାମାନେ ଏପଟେ ସେପଟେ ଛାଇ ଖୋଜୁଥିବା ଦେଖିବାକୁ ମିଳିଥିଲା। ଖେଳାଳିମାନଙ୍କ ନିମନ୍ତେ ପରିଶ୍ରାଗାରର ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଥିଲା। ମୁଖ୍ୟତଃ ଖେଳ ସମୟରେ ଖେଳାଳି ଆଘାତ ହେଲେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମଧ୍ୟ ବ୍ୟବସ୍ଥା ନ ଥିଲା। ଏହିପରି ଅବସ୍ଥାରେ ଏହି ନୂଆ ‘ଓ’ ଖେଳ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଥିବା ଦେଖିବାକୁ ମିଳିଛି।

କାର୍ଯ୍ୟକ୍ରମରେ ସମସ୍ତ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜଳନ କରି କାର୍ଯ୍ୟକ୍ରମ ଶୁଭ ଉଦଘାଟନ କରିବା ପରେ ଆନୁଷ୍ଠାନିକ ଭାବରେ କ୍ରୀଡ଼ା ପତାକା ଉତ୍ତୋଳନ କରାଯାଇ ସମସ୍ତ ଖେଳାଳି, ଅତିଥି ମିଳିତ ଭାବରେ ଶପଥ ପାଠ କରିଥିଲେ। ପଞ୍ଚାୟତ ଓ ଏନଏସି ରେ ଥିବା ସମସ୍ତ ସ୍କୁଲ ଓ କଲେଜରୁ ଖେଳାଳିମାନେ ଅଂଶଗ୍ରହଣ କରିଥିଲେ। ଆଜି ପ୍ରଥମ ଦିନରେ କବାଡ଼ି, ଖୋକୋ, ଭଲିବଲ ଖେଳ ଉଭୟ ବାଳକ ଓ ବାଳିକାମାନଙ୍କ ମଧ୍ୟରେ ଖେଳ ପ୍ରତିଯୋଗିତା ହେବାକୁ ଥିବା ବେଳେ ଆଗାମୀ ୪ ଦିନ ଧରି ଏହି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ୧୦ ତାରିଖ ଦିନ ଶେଷ ହେବା ନେଇ ସୂଚନା ରହିଛି।

ଉଦଘାଟନ କାର୍ଯ୍ୟକ୍ରମକୁ ବିପିସି ଜଗନ୍ନାଥ ରଥ ପରିଚାଳନା କରିଥିବା ବେଳେ ସମସ୍ତ ଖେଳ ପ୍ରତିଯୋଗିତା ଗୁଡ଼ିକୁ ବିଭିନ୍ନ ସ୍କୁଲର କ୍ରୀଡ଼ା ଶିକ୍ଷକ ସଞ୍ଜୟ ସାହୁ, ସତ୍ୟବ୍ରତ କର୍ଣ୍ଣ, ସନ୍ତୋଷ କୁମାର ପୃଷ୍ଟି, ଶାନ୍ତନୁ କୁମାର ପ୍ରଧାନ, ବାଞ୍ଛାନିଧି ପାଢ଼ୀ, ସରୋଜ ଦାସ, ସ୍ଵର୍ଣ୍ଣ ପ୍ରଭା ଦେ, ବିଭୂତି ଜାନି, ସୁରେଶ ଚନ୍ଦ୍ର ସାହୁ, ଦିବ୍ୟ ସାଗର ନାୟକ, ରେଣୁବାଳା ପ୍ରଧାନ, ସ୍ମିତା ଭୋଇ, ମାନସୀ ପ୍ରଧାନ, ଅନିତା ନାୟକ, ଚିନ୍ମୟୀ ପ୍ରଧାନ ପ୍ରମୂଖ ଖେଳ ପରିଚାଳନା କରୁଥିବା ବେଳେ ମୁକେଶ ରଞ୍ଜନ ନାୟକ, ବିଶ୍ୱଜିତ ନାୟକ, ଜ୍ୟୋତି ରଞ୍ଜନ ସାହୁ, ବିବେକାନନ୍ଦ ସାମଲ ଏହି ପ୍ରତିଯୋଗିତା ଆୟୋଜନ ତଥା ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe