ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ କଳିଙ୍ଗ ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରାୟୋଜିତ 'ନୂଆ-ଓ ଛାତ୍ର ବୃତ୍ତି ପ୍ରମାଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶୁଶ୍ରୀ ଦେବସ୍ମିତା ଶତପଥୀ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ଏବଂ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ବଳରାମ ସାହୁ ଯୋଗଦେଇ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଛାତ୍ର ବୃତ୍ତିର ସୁବିନିଯୋଗ କରି ଉତ୍ତମ ମଣିଷଟିଏ ହେବା ସହିତ ସମାଜର ବିକାଶରେ ସହଭାଗୀ ହେବାକୁ ଦିଗ୍ ଦର୍ଶନ ଦେଇଥିଲେ। ସରକାରଙ୍କ ଏହି ଛାତ୍ର ବୃତ୍ତି ଯୋଜନାରେ କଳିଙ୍ଗ ମହାବିଦ୍ୟାଳୟର ୮୮୫ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି।
ନୂଆ-ଓ ଛାତ୍ରବୃତ୍ତି ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ
Advertisment
Follow Us