ବରଗଡ଼ ମା’ ସମଲେଶ୍ବରୀ ପୀଠରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

Advertisment
ବରଗଡ଼ ମା’ ସମଲେଶ୍ବରୀ ପୀଠରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ବରଗଡ଼: ଶନିବାର ଅପରାହ୍‌ଣ ୪ଟାରେ ନୂଆଁଖାଇ ଲଗ୍ନ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ ପୀଠରେ ଧାର୍ଯ୍ୟ କରାଯାଇଛି। ଲଗ୍ନ ଅନୁସାରେ ନିଶାର୍ଦ୍ଧ ପରେ ମାଁ ସମଲେଇଙ୍କ ପୀଠରେ ନବାନ୍ନ ଲାଗିବ। ୨୦ ତାରିଖ ବୁଧବାର ଭାଦ୍ରବ ଶୁକ୍ଳ ପଞ୍ଚମୀ ଅମୃତ ବେଳାରେ ୧୦.୪୨ ଗତେ ୧୨.୪୪ ବିଛା ଓ ଧନୁ ଲଗ୍ନ ମଧ୍ୟରେ ସର୍ବସାଧାରଣ ନିଜ ନିଜ ଇଷ୍ଟ ଦେବାବେବୀଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ ସହ ନବାନ୍ନ ଭକ୍ଷଣ ନେଇ ଲଗ୍ନ ଧାର୍ଯ୍ୟ ହୋଇଛି। ପଣ୍ଡିତ ଶିବଶଙ୍କର ଦାଶ, ଚୂଡ଼ାମଣି ରଥ, ବିଘ୍ନରାଜ ଦାଶ, ବିଷ୍ଣୁଦୟାଲ ଦାଶ, ସୁଧାଂଶୁ ଦାଶ ପ୍ରମୁଖ ଲଗ୍ନ ନିରୂପଣ କରିଥିଲେ।

ପୂଜକ କ୍ଷୀରୋଦ୍ର ଝାଙ୍କର, କର୍ତ୍ତା ଜୟପ୍ରକାଶ ଦାଶ, ହାଟପଦା ଦୁର୍ଗାମନ୍ଦିର କମିଟିର ଉଦ୍ଧବ ଡାଙ୍ଗ, ଶେଷଦେବ ପ୍ରଧାନ, ମା' ଶ୍ୟାମାକାଳୀ ମନ୍ଦିର କମିଟିର ବିଜୟ ମିଶ୍ର, ଗୌରାଙ୍ଗ ନାୟକ, ଲକ୍ଷ୍ମୀ ମନ୍ଦିର କମିଟିର ଗୁରୁଚରଣ ସାହୁ, ମଳୟ ମିଶ୍ର, ଗଣେଶ ମନ୍ଦିର କମିଟିର ରାଜେନ୍ଦ୍ର ସାହୁ, ବିମଳ କିଶୋର ସାହୁ, ସୌଖିନ କଳାକାର ସଂଘର ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ସମେତ ସମଲେଶ୍ବରୀ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe