ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମରେ ବିଷାକ୍ତ ଛତୁ ଖାଇ ୧୦ ଜଣ ଗୁରୁତର ହୋଇଥିବା ଜଣାପଡିଛି। ବିଳମ୍ବିତ ରାତ୍ରୀରେ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଥିମଧ୍ୟରୁ ୩ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରମାନେ ହେଲେ ଚୁଲାମଣି ମାଝୀ, ଲକ୍ଷ୍ମୀଧର ମାଝୀ ଓ ନିଲେନ୍ଦ୍ରି ମାଝୀ। ଏଣେ ବିଷାକ୍ତ ଛତୁ ଖାଇ ଆକ୍ରାନ୍ତ ହୋଇଥିବା ବୈଷ୍ଣବ ମାଝୀ, ପିଙ୍କି ମାଝୀ, ରୀମା ମାଝୀ, ଦେବାଶିଷ ମାଝୀ, ପର୍ଶୁରାମ ମାଝୀ, ପୂର୍ଣ୍ଣମୀ ମାଝୀ, ହେମକନ୍ତୀ ଧାରୁଆଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ବାଭାବିକ ଅଛି।
ବିଷାକ୍ତ ଛତୁ ଖାଇ ୧୦ ଗୁରୁତର, ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଭର୍ତ୍ତି
Advertisment
Follow Us