ତେଲେଙ୍ଗନାରୁ ନୂଆପଡ଼ାର ନିର୍ଯାତିତ ୧୭ ଶ୍ରମିକ ଉଦ୍ଧାର

ତେଲେଙ୍ଗନାରୁ ନୂଆପଡ଼ାର ନିର୍ଯାତିତ ୧୭ ଶ୍ରମିକ ଉଦ୍ଧାର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ସୁନାବେଡ଼ା ଅଭୟାରଣ୍ୟ ଜୁନାପାଣି ଗ୍ରାମର ୧୭ ଜଣ ଦାଦନ ଶ୍ରମିକ ପେଟପାଟଣା ପାଇଁ ତେଲେଙ୍ଗନା ରାଜ୍ୟ ପେଡ଼ାପାଲି ଇଟାଭାଟିରେ କାମ କରୁଥିଲେ। ହେଲେ ଇଟାଭାଟି ମାଲିକ ସେମାନଙ୍କୁ ନିର୍ଯାତନା ଦେଉଥିଲା। ସମ୍ପୃକ୍ତ ଶ୍ରମିକଙ୍କ ପରିବାର ଲୋକ ଜାଣିବା ପରେ ନୂଆପଡ଼ା ପୁଲିସ ପ୍ରଶାସନଠାରେ ଗୁହାରି କରିଥିଲେ।

ନୂଆପଡ଼ା ଏସ୍‌ପି ଜି.ଆର୍‌ ରାଘବେନ୍ଦ୍ରଙ୍କ ସହଯୋଗରେ ତେଲେଙ୍ଗନା ରାଜ୍ୟ ପୁଲିସ ସହ ଯୋଗାଯୋଗ କରି ସମସ୍ତ ୧୭ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ସେମାନେ ସୋମବାର ଏଠାରେ ପହଞ୍ଚିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe