ଏଟିଏମରୁ ୬୪ ଥରରେ ୬ ଲକ୍ଷ ଟଙ୍କା ଉଠାଣ ଅଭିଯୋଗ: ଦୁଇ ଅଭିଯୁକ୍ତ ଗିରଫ

Advertisment
ଏଟିଏମରୁ ୬୪ ଥରରେ ୬ ଲକ୍ଷ ଟଙ୍କା ଉଠାଣ ଅଭିଯୋଗ: ଦୁଇ ଅଭିଯୁକ୍ତ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ଵର ଗ୍ରାମ ପଞ୍ଚାୟତର ଥିବା ଦୁଇ ଗୋଟି ଏଟିଏମରୁ ୬୪ ଥର କାର୍ଡ ବ୍ୟବହାର କରି ହାରାହାରି ୬ ଲକ୍ଷ ଟଙ୍କା ଉଠାଣ କରାଯାଇଥିବା ଜଣାପଡ଼ିଛି। ଭେଳା ଗ୍ରାମର ଦେବାଶିଷ ଯୋଶୀଙ୍କ ଅଭିଯୋଗକୁ ଭିତ୍ତି କରି କୋମନା ପୁଲିସ ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ପୁଲିସ  ହକ୍କୁ ଏବଂ ସକ୍କିଲ ଅହମ୍ମଦ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଜଣେ ହରିଆନାର ଓ ଅନ୍ୟ ଜଣେ କୁରେଶ୍ଵର କଟାପଡ଼ାର ବୋଲି ଜଣାପଡ଼ିଛି। ଏହି ଘଟଣାରେ ୨୧ଟି ଏଟିଏମ କାର୍ଡ଼, ଫେସବୁକ, ନୂତନ ଲାପଟପ, ନଗଦ ୪ ଲକ୍ଷ ୨୨ ହଜାର ଟଙ୍କା, ଦୁଇଗୋଟି ମୋବାଇଲ, ପୋଷାକ ସହ ଫିଙ୍ଗର ପ୍ରିଣ୍ଟ ସାମଗ୍ରୀ ଜବତ କରାଯାଇଛି। ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe