ନୂଆପଡା: ରାଜ୍ୟର ସୀମାନ୍ତ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପୁଲିସ ଦୁଇଜଣ ଅନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ରାୟପୁର ଜିଲ୍ଲା ବିଧାନସଭା ଥାନା ଅନ୍ତର୍ଗତ ସୁଭାଷ ଚନ୍ଦ୍ର ସାହୁ(୩୪) ଓ ଡିଗେଶ୍ବର କୋଷଲେ(୧୯)। ସେମାନଙ୍କ ବିରୋଧରେ କେସ୍ ନମ୍ବର ୨୪, ଦଫା ୨୯୪, ୩୯୨, ୩୪ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।
ପୁଲିସ ସୂଚନା ଅନୁସାରେ, ଗତ ୨ ତାରିଖ ସନ୍ଧ୍ୟାରେ ବୋଇରଭାଡ଼ି ଗାଁର ପିତମନ ଧରୁଆ ଖରିଆରରୋଡ୍ ସହରରୁ ଦୋକାନ ସାମଗ୍ରୀ ଧରି ଗାଁକୁ ଫେରୁଥିଲେ। ବୋଇରଭାଡ଼ି ଗାଁ ମୁଣ୍ଡରେ ସୁଭାଷ ଓ ଡିଗେଶ୍ବର ଏକ ବାଇକ (ସିଜି ୦୪ ଏଲ୍କ୍ୟୁ ୭୧୫୦ରେ ଆସି ମାରଣାସ୍ତ୍ର ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେଇ ୧୫ଶହ ଟଙ୍କା ସହ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଲୁଟି ନେଇଥିଲେ। ଏନେଇ ପିତମନ ଥାନାରେ ଅଭିଯୋଗ କରିଥିଲେ। ଜୋଙ୍କ ଥାନାଧିକାରୀ ଗୁରୁଦେବ କର୍ମୀଙ୍କ ନିର୍ଦ୍ଦେଶ କ୍ରମେ ସବ ଇନ୍ସପେକ୍ଟର ଅରବିନ୍ଦ ମେହେରଙ୍କ ନେତୃତ୍ବରେ ଏକ ଟିମ୍ ବିଭିନ୍ନ ଜାଗାରେ ଚଢ଼ଉ କରି ଅଭିଯୁକ୍ତ ଦୁହିଁଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ସେମାନଙ୍କ ନାମରେ ବିଭିନ୍ନ ରାଜ୍ୟରେ ବହୁ ଅପରାଧିକ ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us