ନୂଆପଡ଼ାରେ ୨୧ ଯୋଡ଼ାଙ୍କ ସାମୁହିକ ବିବାହ

ନୂଆପଡ଼ାରେ ୨୧ ଯୋଡ଼ାଙ୍କ ସାମୁହିକ ବିବାହ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଖରିଆର ରୋଡ ନିକଟରେ ଥିବା ଗୁରୁକୁଳ ଆଶ୍ରମ ଆମସେନା ଛକଠାରେ କାଞ୍ଚନବେନ ରସିକଲାଲ ଢୋଲକିଆ ଚାରିଟେବୁଲ ଟ୍ରଷ୍ଟ ତରଫରୁ ୯ମ ବର୍ଷ ପାଇଁ ୨୧ଯୋଡ଼ା ଗରିବ ଯୁବକ ଓ ଯୁବତୀଙ୍କୁ ନେଇ ସାମୁହିକ ବିବାହ ଅନୁଷ୍ଠିତ ହୋଇଯାଇଛି ।
ଗତକାଲି ସକାଳେ ଜିଲ୍ଲାର ୨୧ ଯୋଡ଼ା ବର, କନ୍ୟା ସଜେଇ ହୋଇ ଗୁରୁକୁଳ ପରିସରରେ ପହଞ୍ଚିଥିଲେ। ସେମାନଙ୍କୁ ୮ କୁଣ୍ତୀୟ ହୋମ ଯଜ୍ଞରେ ବସାଇଥିଲେ। ବୈଦିକ ରୀତିନୀତି ଅନୁସାରେ ଆଶ୍ରମର ସାଧୁ ସନ୍ୟାସୀଙ୍କ ଦ୍ୱାରା ହୋମ,ମନ୍ତ୍ର ପାଠ କରି ବିବାହ ସମ୍ପୂର୍ଣ୍ଣ ହୋଇଥିଲା। ସାମୁହିକ ଆଦର୍ଶ ବିବାହ ଆୟୋଜକ କମିଟି ସଭାପତି ତଥା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଗୁରୁକୁଳ ଆଶ୍ରମର ପ୍ରତିଷ୍ଠାତା ସ୍ବାମୀ ଧର୍ମାନନ୍ଦ ସରସ୍ୱତୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ୍ଚନ୍ଦ୍ର ପଣ୍ତା, ସଦର ବିଜେଡି ବ୍ଲକ ସଭାପତି ରମାକାନ୍ତସିଂ ଠାକୁର, କୋମନା ବ୍ଲକ ଉପାଧ୍ୟକ୍ଷ ପ୍ରମିଳା ପ୍ରଧାନ, କାଳିଆ ପ୍ରଧାନ, ଭଗବତୀ ପଟେଲ, ପ୍ରମୁଖ ଉପସ୍ଥିତ ରହି ବରକନ୍ୟାଙ୍କୁ ଶୁଭାଶୀର୍ବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା।

publive-image
ଅପରାହ୍ନରେ ଖରିଆର ରୋଡ ସହରର ଆମସେନା ଛକଠାରୁ ବରକନ୍ୟା ବେଶରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ବ୍ୟାଣ୍ତ ବାଜା, ଡିଜେ ସାଉଣ୍ତରେ ବରକନ୍ୟା ଓ ପରିବାର ଲୋକେ ଝୁମିଥିଲେ। ସନ୍ଧ୍ୟାରେ ଏହି ଶୋଭାଯାତ୍ରା ରାମମନ୍ଦିର ନିକଟରେ ପହଞ୍ଚି ଭଗବାନ ରାମଚନ୍ଦ୍ରଙ୍କ ଦର୍ଶନ କରି ସୁଖମୟ ବିବାହିତ ଜୀବନ ପାଇଁ ଆଶୀର୍ବାଦ ଗ୍ରହଣ କରିଥିଲେ। ପରେ ଟ୍ରଷ୍ଟ ତରଫରୁ ପ୍ରତ୍ୟେକ ବରକନ୍ୟାଙ୍କୁ ୨୧ ହଜାର ଟଙ୍କାର ଯୌତୁକ ପ୍ରଦାନ କରାଯାଇଥିଲା । ନିଶାନ୍ତ ଡାଗା, ରମେଶ ଅଗ୍ରୱାଲ, ରାମଲାଲ ହଂସ, ଜ୍ଞାନସିଂ ମାଝି ପ୍ରମୁଖଙ୍କ ସମେତ ଗୁରୁକୁଳ ଆଶ୍ରମ କର୍ମକର୍ତ୍ତା ଓ ଆଚାର୍ୟ୍ୟମାନେ ପରିଚାଳନାରେ ସହାୟତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe