ଗ୍ରାମବାସୀଙ୍କ ଆକ୍ରମଣରେ ୪ ପୁଲିସ କର୍ମଚାରୀ ଆହତ, ଗାଡ଼ି ଭଙ୍ଗାରୁଜା

ଗ୍ରାମବାସୀଙ୍କ ଆକ୍ରମଣରେ ୪ ପୁଲିସ କର୍ମଚାରୀ ଆହତ, ଗାଡ଼ି ଭଙ୍ଗାରୁଜା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ବରକୋଡ଼ ଗାଁରେ ଗ୍ରାମବାସୀଙ୍କ ଆକ୍ରମଣରେ ୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଦେଢ଼ମାସ ତଳେ ବାରମ୍ବାର ପାୱାର୍ କଟ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରି ଗ୍ରାମବାସୀ ବିଦ୍ୟୁତ୍ କର୍ମଚାରୀମାନଙ୍କୁ ଖରାରେ ବସାଇଥିଲେ ଏହି ଘଟଣାକୁ ନେଇ ବିଦ୍ୟୁତ୍ ବିଭାଗ ପକ୍ଷରୁ ଗ୍ରାମର କେତେକ ଲୋକଙ୍କ ନାଁରେ ଏତଲା ଦିଆଯାଇଥିଲା। ପୁଲିସ ଏହି ମାମଲାର ତଦନ୍ତ କରୁଥିବା ବେଳେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଗାଁରେ ପହଞ୍ଚିଥିଲା। ଏହା ଜଣାପଡ଼ିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ପୁଲିସକୁ ଆକ୍ରମଣ କରିବା ସହ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଏଥିରେ ୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ଏସ୍‌ଆଇ ବିଷ୍ଣୁ ଚରଣ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe