ବୁଲେଟରେ ଯାଉଥିଲେ ତିନି ସାଙ୍ଗ: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇଜଣଙ୍କ ଜୀବନ, ଆରଜଣକ ଗୁରୁତର

୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଚୁନା ଘାଟିରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ, ଛଅ ଗୁରୁତର

Greater Kashmir

ନୂଆପଡ଼ା/ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ୩୫୩ ନମ୍ବର ଜାତୀୟ ରାଜପଥ ବଡ଼ମହେଶ୍ୱର ଗ୍ରାମଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ମୃତ, ଜଣେ ଗୁରୁତର। ଦୁଇ ମୃତକ ହେଲେ ଗୋବିନ୍ଦ ରାଉତ ଓ ମାରୁତି ବେହେରା।

ସୂଚନା ଅନୁଯାୟୀ, ତିନି ଜଣ ସାଙ୍ଗ  ଗୋବିନ୍ଦ ରାଉତ(୨୫), ମାରୁତି ବେହେରା(୨୫) ଓ ଆଲୋକ ରାଉତ(୨୫) ବୁଲେଟ (ଓଡ଼ି୦୮ଏସ୫୨୨୮)ରେ ବସି କୋମନା ପଟକୁ ଆସୁଥିଲେ। ଜାତୀୟ ରାଜପଥ ୩୫୩  ବଡ଼ମହେଶ୍ୱର ଗ୍ରାମ ନିକଟରେ ରାତି ପ୍ରାୟ ୩ଟା ବେଳକୁ କୌଣସି ଅଜଣା ଗାଡ଼ି  ବୁଲେଟକୁ ଧକ୍କା ହୋଇଥିଲା। ଯାହାଫଳରେ ଗୋବିନ୍ଦ ରାଉତ ଓ ମାରୁତି ବେହେରାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଆଉଜଣେ ଯୁବକ ଆଲୋକ ରାଉତ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ସକାଳ ସମୟରେ ଘଟଣା ଜଣା ପଡ଼ିବା ପରେ ପରିବାର ଲୋକେ ଆସି ଶବ ପାଖରେ ରହି ରାସ୍ତାରୋକ କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକର ନମ୍ବର ସିଜି୦୪ଏନକେ ୮୮୩୮। ଉକ୍ତ ଗାଡ଼ିର ନମ୍ବର ପ୍ଲେଟ ପଡ଼ିଥିବା ବେଳେ ଏହି ଗାଡ଼ିଟି ଛତିଶଗଡ଼ ରାୟପୁରର ଶ୍ରୀନିବାସ ରୋଡ଼ ଲାଇନର ବୋଲି ଜଣାପଡ଼ିଛି। ଦୁର୍ଘଟଣା ଘଟାଇଥିବା ଗାଡ଼ି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହିତ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପରିବାର ଲୋକେ ରାସ୍ତାରୋକ କରିଛନ୍ତି। ଦାବି ପୂରଣ ନହେବା ପଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଖଡ଼ିଆଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe