ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ମାଡ଼ ଆଭିଯୋଗ

Advertisment
ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ମାଡ଼ ଆଭିଯୋଗ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନାକୁ ଖବର ସଂଗ୍ରହ କରିବା ପାଇଁ ରାତିରେ ଜଣେ ସାମ୍ବାଦିକ ରବି ଠେଲା ଯାଇଥିଲେ। ହେଲେ ଖଡ଼ିଆଳ ଥାନା ଆଗରେ କିଛି ଯୁବକ କୌଣସି କାରଣରୁ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ। ସାମ୍ବାଦିକଙ୍କୁ ଯୁବକମାନେ ନିସ୍ତୁକ ମାଡ଼ ମାରିଥିଲେ। ଏହାକୁ ନେଇ ନୂଆପଡ଼ା ଜିଲ୍ଲାର ସାମ୍ବାଦିକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ ଆକ୍ରମଣକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ବାଦିକମାନେ ଦାବି କରିଛନ୍ତି। ଥାନା ସାମନାରେ ଆକ୍ରମଣ ହୋଇଥିଲେ ମଧ୍ୟ ପୁଲିସ ଚୁପ ରହିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ , ଗୁରୁବାର ରାତିରେ ଜଣେ ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଥିଲା। ହତ୍ୟା ସନ୍ଦେହରେ ପୁଲିସ ସଂପୃକ୍ତ ମହିଳାଙ୍କ ସ୍ବାମୀଙ୍କୁ ଥାନାରେ ଅଟକ ରଖିଥିଲା। ଏହି ଘଟଣାର ଖବର ସଂଗ୍ରହ କରିବାକୁ ସାମ୍ବାଦିକ ଶ୍ରୀ ଠେଲା ଯାଇଥିଲେ।

ଏହି ଘଟଣାର ପ୍ରତିବାଦରେ ନୂଆପଡ଼ା ଜିଲ୍ଲାର ସାମ୍ବାଦିକମାନେ କଳାବ୍ୟାଚ୍ ପିନ୍ଧି ଖଡ଼ିଆଳ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଯେପର୍ଯ୍ୟନ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସେଠାରେ ନ ପହଞ୍ଚିବେ ଏବଂ ଆକ୍ରମଣକାରୀଙ୍କୁ ଗିରଫ ନ କରାଯିବ ସେଯାଏ ଏହି ଧାରଣା ଜାରି ରହିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe