ନୂଆପଡ଼ା: ପିଏଲ୍‌ଜିଏ ସହିଦ୍‌ ସପ୍ତାହ ପାଳନ ପାଇଁ ମାଓବାଦୀଙ୍କ ଆହ୍ବାନ, ଅଡିଓ‌ ଟେପ୍‌ ଜାରି କଲେ

Advertisment
ନୂଆପଡ଼ା: ପିଏଲ୍‌ଜିଏ ସହିଦ୍‌ ସପ୍ତାହ ପାଳନ ପାଇଁ ମାଓବାଦୀଙ୍କ ଆହ୍ବାନ, ଅଡିଓ‌ ଟେପ୍‌ ଜାରି କଲେ

ନୂଆପଡ଼ା : ଆସନ୍ତା ଡିସେମ୍ବର ୨ ତାରିଖରୁ ୧୭ ତାରିଖ ଯାଏ ପିଏଲ୍‌ଜିଏ ସହିଦ୍‌ ସପ୍ତାହ ପାଳନ କରିବାକୁ ମାଓବାଦୀ ମେନପୁର-ନୂଆପଡ଼ା ଡିଭିଜନାଲ୍‌ କମିଟି ପକ୍ଷରୁ ପୋଷ୍ଟର ଏବଂ ଅଡିଓ ଟେପ୍‌ ମାଧ୍ୟମରେ ଆହ୍ବାନ କରାଯାଇଛି।

ଶୁକ୍ରବାର ଗଣମାଧ୍ୟମକୁ ଏହି ଅଡିଓ ଟେପ୍ ଦେଇଛନ୍ତି। ସହିଦ୍‌ ସପ୍ତାହକୁ ତୀବ୍ରତର କରି ସମାଧାନ ଅଭିଯାନ ହମଲାକୁ ହରାଇବା ପାଇଁ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ସହିଦ୍‌ ସପ୍ତାହକୁ କ୍ରାନ୍ତିକାରୀ ଐତିହାସିକ ଦିବସ ଭାବରେ ମନେ ରଖାଯିବ ବୋଲି କହିଛନ୍ତି। ସେହିଭଳି ସହିଦ୍‌ ହୋଇଥିବା କମ୍ରେଡ୍‌ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହା ସହିତ ଚାଷୀ ବିରୋଧୀ ଆଇନ୍‌କୁ ରଦ୍ଦ କରିବା ପାଇଁ ଆହ୍ବାନ କରିଛନ୍ତି। ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହୋଇଥିବାରୁ ଚାଷୀର ପ୍ରକୃତ ମୂଲ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି। ପିଏଲ୍‌ଜିଏ ସପ୍ତାହ ପାଳନ ମଧ୍ୟରେ ସଂଗଠନରେ ଯୁବକ ଯୁବତୀଙ୍କୁ ଯୋଗଦେବାକୁ ଆହ୍ବାନ କରିଛନ୍ତି। ଏହି ଅଡିଓ ଟେପ୍‌ରେ ଗୀତ ଗାଇ ସହିଦ୍‌ ସପ୍ତାହକୁ ଜୋରଦାର ଭାବେ ପାଳନ କରାଯିବ ବୋଲି କହିଛନ୍ତି। ଏହା ଉପରେ ନୂଆପଡ଼ା ଏସ୍‌ପି ରାହୁଲ ଜୈନ୍‌ କହିଛନ୍ତି ଯେ ଆମେ ସତର୍କ ଅଛୁ, ଆଗକୁ ସହିଦ୍‌ ସପ୍ତାହ ଥିବାରୁ ଆମେ ଛତିଶଗଡ଼ ସହ କମ୍ବିଂ ଅପରେସନ୍‌ ଜୋରଦାର ଚଳାଇଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe