ଟ୍ରେନ ଧକ୍କାରେ ଚାଲିଗଲା ବୃଦ୍ଧ ଭାଲୁର ଜୀବନ

Advertisment
ଟ୍ରେନ ଧକ୍କାରେ ଚାଲିଗଲା ବୃଦ୍ଧ ଭାଲୁର ଜୀବନ

ନୂଆପଡ଼ା: ଆଜି ସକାଳୁ ଟ୍ରେନ ଧକ୍କାରେ ଚାଲିଗଲା ବୃଦ୍ଧ ଭାଲୁର ଜୀବନ। ସଦର ବ୍ଳକ ହଂସପୁରୀ ଗାଁ ନିକଟରେ ଟ୍ରେନ ଧକ୍କାରେ ଏକ ବୟସ୍କ ଭାଲୁର ମୃତ୍ୟୁ ହୋଇଛି। ଏବେ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଭାଲୁର ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଆଜି ସକାଳୁ ସାଲିହା ଜଙ୍ଗଲରୁ ଏକ ବୃଦ୍ଧ ଭାଲୁ ଖାଦ୍ୟ ଅନ୍ବେଷଣରେ ବାହାରିଥିଲା। ତେବେ ରାୟପୁର-ବିଶାଖାପାଟଣା ରେଲୱେ ଲାଇନ ଅତିକ୍ରମ କରିବା ବେଳେ ସଦର ବ୍ଳକ ହଂସପୁରୀ ଗାଁ ନିକଟରେ ଏକ ଅଜଣା ଟ୍ରେନ ଭାଲୁକୁ ଧକ୍କା ଦେଇଥିଲା। ଭାଲୁର ମୁହଁରେ ଟ୍ରେନ ଧକ୍କା ଦେବାରୁ ଛିଟିକି ପଡି ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।

ଆଜି ପୂର୍ବାହ୍ନରେ ସଦର ରେଞ୍ଜର ବିନୀତା ଭୋଇଙ୍କ ନେତୃତ୍ୱରେ ଏକ ବନ ବିଭାଗ ଟିମ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏବେ ଭାଲୁର ମୃତଦେହକୁ ଉଦ୍ଧାର କରି ବନ ବିଭାଗ ଅଫିସକୁ ଅଣାଯିବ ଓ ସେଠାରେ ଶବ ବ୍ୟବଚ୍ଛେଦ କରି ଶବକୁ ମାଟିରେ ପୋତି ଦିଆଯିବ। ପ୍ରାଥମିକ ତଦନ୍ତରୁ ଟ୍ରେନ ଧକ୍କାରେ ଭାଲୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତଥାପି ଅଧିକ ତଦନ୍ତ ଚାଲିଥିବା ରେଞ୍ଜର ବିନୀତା ଭୋଇ ସୂଚନା ଦେଇଛନ୍ତି। ଜିଲ୍ଲାରେ ଅନେକ ସମୟରେ ଭାଲୁ ଓ ମଣିଷ ଲଢେ଼ଇରେ ମଣିଷର ଜୀବନ ଚାଲିଯିବା ସହ ଖଣ୍ଡିଆଖାବରା ହୋଇ ଗୁରୁତର ଆହତ ହୋଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe