ଖଡ଼ିଆଳ: ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, ଜଣେ ମୃତ

ବିନ୍ଦୁସାଗରରୁ ଯୁବକଙ୍କ ମୃତଦେହ ଉଦ୍ଧାର: ମାନସିକ ଦୁଶ୍ଚିନ୍ତା କାରଣରୁ ଆତ୍ମହତ୍ୟା!

new indian express

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସାନମହେଶ୍ଵର ଗ୍ରାମ ୩୫୩ ନମ୍ବର ଜାତୀୟ ରାଜପଥ ଉପରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୋଟର ସାଇକେଲ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ମୃତକ କଳାହାଣ୍ଡି ପାଷ୍ଟିଗୁଡ଼ିର ବୋଲି ଜଣାପଡ଼ିଛି। ସେ ମୁରିବାହାଲ ରେଳ ଷ୍ଟେସନ ଠାରେ କାମ କରୁଥିବା ବେଳେ ତାଙ୍କ ବଦଳି ଲଖନାକୁ ହୋଇଥିଲା। ସେ ଆଜି ବାଇକରେ ଲଖନା ଯାଉଥିବା ବେଳେ ସାନମହେଶ୍ଵର ଗ୍ରାମରେ ଅଜଣା ଗାଡ଼ିର ଧକ୍କାରେ ପ୍ରାଣ ହରାଇଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe