ନୂଆପଡ଼ା: ବାଇକ-ପିକ୍‌ଅପ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ୪ ଆହତ

Advertisment
ନୂଆପଡ଼ା: ବାଇକ-ପିକ୍‌ଅପ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ୪ ଆହତ

ନୂଆପଡ଼ା: ଟାଉନ ଥାନା ଅନ୍ତର୍ଗତ ଘୋଟପୋର ନିକଟରେ ରବିବାର ଅପରାହ୍ନରେ ଏକ ବାଇକ-ପିକ୍‌ଅପ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଠ ବର୍ଷ ଶିଶୁ ସମେତ ୪ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣକୁ ବୁର୍ଲା ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ, ଅନ୍ୟ ୩ଜଣକୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଧରମବନ୍ଧ ଥାନା ଅନ୍ତର୍ଗତ ବାଲିପରା ଗ୍ରାମର ଜୀବନ ରାଉତ(୪୦) ନିଜ ବାଇକରେ ରାମଲାଲ ରାଉତ(୬୨), ଦେଓଲାଲ ରାଉତ(୪୫), ବିଜୟ ରାଉତ(୨୫) ଓ ଜଣେ ଶିଶୁ ନୂଆପଡ଼ା ଯାଉଥିଲେ। ସେମାନେ ବିପରୀତ ଦିଗରୁ ଆସୁଥିବା ଏକ ଟାଟା ଏସି ପିକ୍‌ଅପ୍‌କୁ ଧକ୍କା ମାରିଥିଲେ। ଫଳରେ ସମସ୍ତେ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ୫ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜୀବନର ମୃତ୍ୟୁ ହୋଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପିକ୍‌ଅପ୍‌କୁ ଜବତ କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe