ଗରିବ କଲ୍ୟାଣ ସମାବେଶରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ଗରିବ କଲ୍ୟାଣ ସମାବେଶରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ନୂଆପଡ଼ା: ଦିନକିଆ ନୂଆପଡ଼ା ଜିଲ୍ଲା  ଗସ୍ତରେ କେନ୍ଦ୍ର  ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ  ବିଶ୍ବେଶ୍ବର ଟୁଡୁ।। ପ୍ରଥମେ ସେ ଖରିଆର ରୋଡ ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଖରିଆର ରୋଡ ଅଗ୍ରସେନ ଭବନ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗଠିତ ସରକାରର ନବମ ବର୍ଷ ପୂର୍ତ୍ତି ଅବସରେ ସେବା ସୁଶାସନ ଓ ଗରିବ କଲ୍ୟାଣ ସମାବେଶରେ ଯୋଗଦାନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବିଜେପି କାର୍ଯ୍ୟକାରେଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ହୋମ ସିଂ ମାଝୀ, ଖରିଆର ରୋଡ ଏନଏସି ଅଧକ୍ଷା ସୋନିଆ ଜୈନଙ୍କ ସହ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ।

ଏହାପରେ କୋମନା ବ୍ଳକ ଆରଡବ୍ଲୁଏସଏସ କଲ୍ୟାଣମଣ୍ଡପ, ବୋଡେନ ବ୍ଲକ ଲିଟିସଗୀ, ସିନାପାଲି ଅଗ୍ରେସନ ଭବନଠାରେ ଗରିବ କଲ୍ୟାଣ ସମାବେଶ କାର୍ଯ୍ୟକ୍ରମରେ ଯୋଗଦାନ କରିବାର ତାଙ୍କର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe