Nuapada By Election: ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥୀ ହୋଇଥିବାରୁ ନୂଆପଡ଼ାବାସୀ ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି’

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟାର ସମୟ ଯେତିକି ସରିସରି ଯାଉଛି ରାଜନୈତିକ ଉଷ୍ନତା ସେତିକି ବଢ଼ିବଢ଼ି ଯାଉଛି। ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆସନ୍ତାକାଲି ଶେଷ ହେବ। ଏହାରି ମଧ୍ୟରେ ବିଜେପି ଓ କଂଗ୍ରେସ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି।

BJD Lenin Mohanty

BJD leader Lenin Mohanty speak on Snehangini Chhuria. Photograph: (sambad.in)

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟାର ସମୟ ଯେତିକି ସରିସରି ଯାଉଛି ରାଜନୈତିକ ଉଷ୍ନତା ସେତିକି ବଢ଼ିବଢ଼ି ଯାଉଛି। ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆସନ୍ତାକାଲି ଶେଷ ହେବ। ଏହାରି ମଧ୍ୟରେ ବିଜେପି ଓ କଂଗ୍ରେସ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି। ଗତକାଲି ବିଜେପି ପକ୍ଷରୁ ଜୟ ଢୋଲକିଆ ଏବଂ କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସ୍ନେହାଙ୍ଗିନୀଙ୍କୁ ନେଇ ବିଜେଡ ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥୀ ହୋଇଥିବାରୁ ନୂଆପଡ଼ାବାସୀ ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି।

ବିଜେଡି ନେତା ଶ୍ରୀ ମହାନ୍ତି କହିଛନ୍ତି ଯେ, ସ୍ନେହାଙ୍ଗିନୀ କହିଛନ୍ତି, ଏକ ବିରାଟ ରାଲି ମଧ୍ୟରେ ବହୁତ ସମର୍ଥକଙ୍କ ସହ ମିଶି ଆଜି ନୂଆପଡ଼ାରେ ଶୋଭାଯାତ୍ରା କରିଛନ୍ତି। ଅନ୍ୟ ଦଳରେ ଗୋଷ୍ଠୀକନ୍ଦଳ ଅଛି ସେଥିପାଇଁ ତାଙ୍କ ଦଳର ପ୍ରାର୍ଥୀ ନାମାଙ୍କନ ଭରିଲା ବେଳେ ବରିଷ୍ଠ ନେତୃତ୍ୱଙ୍କୁ ଦେଖିବାକୁ ମିଳିଲା ନାହିଁ, ଯାହା କନ୍ଦଳଥିବା ପୂରା ସ୍ପଷ୍ଟ ହୋଇଛି। 

ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଗସ୍ତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ୧୦ ହଜାର ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା ହୋଇଥିଲା। କିନ୍ତୁ ସବୁ ଖାଦ୍ୟ ଲୋକ ଖାଇନଥିଲେ। ଫଳ‌ରେ କିଛି ଖାଦ୍ୟକୁ ଫୋପଡ଼ା ଯାଇଥିଲା। ଫେପଡ଼ା ଯାଇଥିବା ସେହି ଖାଦ୍ୟକୁ ଖାଇ ୨୦ରୁ ଊର୍ଦ୍ଧ ଗାଈଙ୍କ ମୃତ୍ୟୁ ଘଟିଛି। ଖାଦ୍ୟକୁ ପୋତାଗଲା ନାହି। ସେସବୁକୁ ଫୋପାଡ଼ିବାରୁ ଗାଈମାନେ ତାକୁ ଖାଇକି ମୃତ୍ୟୁବରଣ କରିଛନ୍ତି। ଗରିବ ଲୋକ ଯିଏ ଗାଈ ରଖିଥିଲେ ସେଥିରେ ଚଳୁଥିଲେ। ଦୁଗ୍ଧ ଉତ୍ପାଦନ କରୁଥିଲେ। ସେମାନଙ୍କ ପରିବାର କେଉଁଭଳି ଅବସ୍ଥାରେ ଥିବେ ବିଜେପି ସରକାର ଥରେ ଚିନ୍ତା କରିବା ଦରକାର ବୋଲି ବିଜେଡ଼ି କହିଛି। ଏଭଳି ଘଟଣାକୁ ନେଇ ବିଜେପି ସରକାର ଓ ମୁଖ୍ୟମନ୍ତ୍ରୀ ନିଜ ଆଡୁ ତଦନ୍ତ କରିବାକୁ ବିଜେଡି ଦାବି କରିଛି। 

Nuapada | Assembly election | BJD

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe