ଭୁବନେଶ୍ବର: ନେତା ବାଛିଲା ନୂଆପଡ଼ା । ନୂଆପଡ଼ାର ନୂଆ ବିଧାୟକ ହେଲେ ଜୟ ଢୋଲକିଆ । ବାଇ-ଇଲେକ୍ସନରେ ବାଜିମାତ କଲା ବିଜେପି । ବିଜେଡି, କଂଗ୍ରେସକୁ ପଛରେ ପକାଇ ବିଜେପିର ବଡ଼ ବିଜୟ । ସବୁ ରାଉଣ୍ଡରେ ଆଗରେ ରହି ବିଜୟୀ ହେଲେ ଜୟ ଢୋଲକିଆ । ବିଜେଡି ହାତରୁ ଖସିଲା ନୂଆପଡ଼ା । ଜୟ ଢୋଲକିଆଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ୍ ।
/filters:format(webp)/sambad/media/media_files/2025/11/14/bjp-wins-nuapada-2025-11-14-15-06-39.jpg)
ନୂଆପଡ଼ା ଉପ ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏହି ଆସନରୁ ୮୩ ହଜାର ୭୪୮ରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ବିଜୟ ପରେ ବିଜେପି ପ୍ରାର୍ଥୀଙ୍କ ସେଲିବ୍ରେସନ ଦେଖିବାକୁ ମିଳିଛି । ଜୋୟ ଢୋଲକିଆ ଏକ ବଡ଼ ଭୋଟ ବ୍ୟବଧାନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇଦେଇଥିଲେ । ଏକତରଫା ଭାବେ ବିଜେପି ନୂଆପଡ଼ାରେ ବିଜୟ ହାସଲ କରିଛି ।
ଆହୁରି ପଢନ୍ତୁ- Nuapada Election: ନୂଆପଡ଼ା ନିର୍ବାଚନ: ବଡ଼ ବ୍ୟବଧାନରେ ବିଜେପି ବିଜୟୀ
ବଳ ହରେଇଲା ବିଜେଡି
ଜୟ ଢୋଲକିଆ ମୋଟ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୪୦ ହଜାର ୧୨୧ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ ଖଣ୍ଡ ଭୋଟ ପାଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ଉପ ନିର୍ବାଚନରେ ବିଜେଡି ପ୍ରଥମଥର ପାଇଁ ତୃତୀୟ ସ୍ଥାନରେ ରହିଛି । ବିଜେଡିକୁ ଟପି କଂଗ୍ରେସ ଦ୍ବିତୀୟ ସ୍ଥାନ ହାସଲ କରିଛି ।
୧୧ ବର୍ଷ ପରେ ଫୁଲ ଫୁଟିଲା
ଏହି ଆସନରେ ବିଜେପି ୨ଥର ବିଜୟୀ ହୋଇଛି । ୨୦୦୦ ଓ ୨୦୧୪ ମସିହାରେ ବିଜେପିର ବସନ୍ତ କୁମାର ପଣ୍ଡା ବିଜୟୀ ହୋଇଥିଲେ । ତେବେ ପୁଣି ଥରେ ଏହି ଆସନ ଏବେ ବିଜେପି ହାତକୁ ଫେରିଲା । ବିଜେଡି ବି ଏହି ଆସନରୁ ୨ଥର ବିଜୟୀ ହୋଇଛି ।
ଆହୁରି ପଢନ୍ତୁ-
Bjp Candidate Jay Dholika Ahead: ନୂଆପଡ଼ାରେ ବଡ଼ ବିଜୟ ଅଭିମୁଖେ ବିଜେପି, ଜୟ ଢୋଲକିଆ ୬୨୩୧୩ ଭୋଟରେ ଆଗୁଆ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/14/bjp-win-2025-11-14-16-40-36.jpg)