ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆରରୋଡ଼ ସହରର ଯୁବ ବ୍ୟବସାୟୀ ବିକାଶ ଭୋଇ(୩୬) ମଙ୍ଗଳବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏନେଇ ଜୋଙ୍କ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପ୍ରକାଶ ଯେ, କୋମନା ବ୍ଲକ୍ ମହୁଲଭଟା ଗାଁର ବିକାଶଙ୍କ ଖରିଆରରୋଡ଼ ସହରରେ ଏକ ରାଇସ ମିଲ ଅଛି। ସେଠାରେ ସେ ସ୍ତ୍ରୀ ଓ ପୁଅ ସହିତ ରହୁଥିଲେ। ଆଜି ସକାଳୁ ଘରୁ କୌଣସି କାମରେ ବାହାରକୁ ଯାଇଥିଲେ। ମଧ୍ୟାହ୍ନରେ ଗୋତମାସ୍ଥିତ ଏୟାରଷ୍ଟ୍ରୀପ ନିକଟରେ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଖରିଆରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାୟକୁ ନିଆଯାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁଁ।
ବ୍ୟବସାୟୀଙ୍କ ଆତ୍ମହତ୍ୟା
Advertisment
Follow Us