ଖଡ଼ିଆଳ: ସମିତି ସଭ୍ୟା ପ୍ରାର୍ଥୀଙ୍କ ଅକାଳ ବିୟୋଗ

Advertisment
ଖଡ଼ିଆଳ: ସମିତି ସଭ୍ୟା ପ୍ରାର୍ଥୀଙ୍କ ଅକାଳ ବିୟୋଗ

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଅରେଡା ପଞ୍ଚାୟତର ଚନୁଟମାଲ ଗ୍ରାମର ଆଦିବାସୀ  ସମିତି ସଭ୍ୟା ପ୍ରାର୍ଥୀଙ୍କ ଅକାଳ ବିୟୋଗ ଘଟିଛି । ସୁତ୍ରରୁ ପ୍ରକାଶ ଯେ ମୃତ ତୁଳସା ଶବର (୨୮) ବର୍ଷ ଜଣେ ଶିକ୍ଷିତ ସରଳ ମହିଳା ଥିଲେ।

ବର୍ତ୍ତମାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଅରେଡା ପଞ୍ଚାୟତ ଚଳିତ ନିର୍ବାଚନ ପାଇଁ ଆଦିବାସୀ ମହିଳା ସମିତି ସଭ୍ୟା ପଦ ପାଇଁ ସଂରକ୍ଷିତ ରହିଥିଲା । ହେଲେ ତୁଳସା ଶବରଙ୍କ ପରିବାର ଗୋଟିଏ ଗରିବ ପରିବାର ହୋଇଥିବା ବେଳେ ସ୍ୱାମୀ ଭୂସିନ୍ଧୁ ଶବର ଓ ଶାଶୁ ହୃଦା ଶବର ଦାଦନ ଖଟିବାକୁ ସୁଦୂର  ଆନ୍ଧ୍ରପ୍ରଦେଶ ଯାଇଥିବା ବେଳେ ଶଶୁର ଦସମୁ ଶବର ସହିତ ତୁଳସା ଶବର ଓ ତିନି ବର୍ଷର ପୁଅ ଓ ଛଅ ବର୍ଷର ଦୁଇଟି ପୁଅକୁ ଧରି ଚନୁଟମାଲ ଗ୍ରାମରେ ରହୁଥିଲେ।

ତୁଳସା ସବରଙ୍କ ଶରୀର ସୋମବାର ସନ୍ଧ୍ୟା ସମୟରେ ଖରାପ ହେବାକୁ ଲାଗିଲା ଶଶୁର ଗ୍ରାମବାସୀଙ୍କ ସହାୟତାରେ ପ୍ରଥମେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଅଧିକ ଚିକିତ୍ସା ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଅରେଡା ପଞ୍ଚାୟତରେ ଦୁଇ ଜଣ ସମିତି ସଭ୍ୟା ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ତୁଳସା ଶବରଙ୍କ ବିଜୟ ନିଶ୍ଚିତ ଥିଲା।  ତୁଳସା ଶବରଙ୍କ ସ୍ୱାମୀ ଓ ଶାଶୁ ଆନ୍ଧ୍ର ପ୍ରଦେଶରେ ଥିବାରୁ ସେହି ଦୁଇ ଜଣଙ୍କୁ ତୁରନ୍ତ ନିଜ ଗ୍ରାମକୁ ଆଣିବାକୁ ଗ୍ରାମ ବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe