ଓଡ଼ିଶା-ଛତିଶଗଡ଼ ସୀମାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ମାଓବାଦୀଙ୍କ ଛତ୍ରଭଙ୍ଗ

Advertisment
ଓଡ଼ିଶା-ଛତିଶଗଡ଼ ସୀମାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ମାଓବାଦୀଙ୍କ ଛତ୍ରଭଙ୍ଗ

ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ନଙ୍ଗଲବୋଡ଼ ନିକଟରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଯବାନମାନେ କମ୍ବିଂ କରୁଥିବା ବେଳେ ମାଓବାଦୀ ଗୁଳି ଚଳାଇଥିଲେ। ଯବାନଙ୍କ ପାଲଟା ଗୁଳିଚାଳନା ଯୋଗୁଁ ସେମାନେ ଛତ୍ରଭଙ୍ଗ ଦେଇଥିଲେ। ଯବାନମାନେ ଏକ ମାଓ କ୍ୟାମ୍ପ୍ ଠାବ କରିଥିବା ସୂଚନା ମିଳିଛି।


ସିନାପାଲି ବ୍ଲକ୍ ନଙ୍ଗଲବୋଡ଼ ଛତିଶଗଡ଼ ସୀମାନ୍ତ ଝଲୋପଡ଼ା ଗ୍ରାମରେ ଗୁରୁବାର ସକାଳ ୧୦ ଟାରେ ସିଆର୍ପିଏଫ, ଏସ୍ଓଜି ଓ ଡିପିଏଫ ଯବାନ ମିଳିତ କମ୍ବିଂ କରୁଥିଲେ। ଜଙ୍ଗଲରେ ମାଓବାଦୀ ମାନେ ଯବାନମାନଙ୍କୁ ଦେଖି ଗୁଳିଚାଳନା କରିଥିଲେ। ଏ ପର୍ଯ୍ୟନ୍ତ ଯବାନମାନେ ନିଜ ନିଜ କ୍ୟାମ୍ପକୁ ଫେରିନଥିବାରୁ ସବିଶେଷ ତଥ୍ୟ ଜଣାପଡ଼ି ନାହିଁ। ତେବେ ଆଜି ପୂର୍ବାହ୍ନ ୧୧ଟା ବେଳେ ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର ଏହି ଘଟଣା ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ଦେବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe