ନୂଆପଡ଼ାରେ ଦିନକରେ କରୋନାଜନିତ ୫ ମୃତ

Advertisment
ସୀମାରୁ ମାଡ଼ି ଆସୁଛି ବିପଦ; ବା‌ଲେଶ୍ବର, ପୁରୀ, କଟକ ‌ୟେଲୋ ଜୋନ୍‌ ଏବଂ ରେଡ୍‌-ଜୋନ୍‌ରେ ଖୋର୍ଧା

tv9hindi.com

ନୂଆପଡ଼ା: ନୂଆପଡା ଜିଲ୍ଲାରେ ପୁଣି କରୋନାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡ଼ିଛି। ମହିଳା ଜଣକ ଜଣେ ସାମ୍ବାଦିକଙ୍କ ପତ୍ନୀ ବୋଲି ସୂଚନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁବରଣ କରିଥିବା ୫ ଜଣ ମୃତକଙ୍କ ମଧ୍ୟରୁ ୩ ଜଣଙ୍କର କୋଭିଡ୍‌ ହସ୍ପିଟାଲ୍‌ରେ ମୃତ୍ୟୁ ହୋଇଥିବା ଜିଲ୍ଲା କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁଧୀର ରଞ୍ଜନ ନାୟକ ପ୍ରକାଶ କରିଛନ୍ତି।

ମୃତ ବ୍ୟକ୍ତିଙ୍କ ମଧ୍ୟରେ ଖଡ଼ିଆଳ ବ୍ଲକର ୬୨ ବର୍ଷର ଜଣେ ବ୍ୟକ୍ତି ରହିଛନ୍ତି। ସେ ଗତକାଲି କୋଭିଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଆଜି ସକାଳ ୫ଟାରେ ତାଙ୍କର ମୃତ୍ୟୁ ହୋଇଅଛି। ସେହିପରି ଅନ୍ୟଜଣେ ନୂଆପଡା ବ୍ଲକର ୨୭ ବର୍ଷର ଯୁବକ ଅଟନ୍ତି। ଯୁବକ ଜଣକ ୧୦ ତାରିଖ ଦିନ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ ପଜିଟିଭ ହୋଇ ଭର୍ତ୍ତି ହୋଇଥିଲେ। ଆଜି ସକାଳ ୫.୫୦ ମିନିଟରେ ତାଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକମାନଙ୍କୁ ମିଶାଇ  ଜିଲ୍ଲାରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe