ରାଜ୍ୟର ବିଭିନ୍ନ ସ୍ଥାନରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ୬ ଜଣ ଆହତ

ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ କାରଣକୁ ନେଇ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ସେ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି।

ଯୋଡ଼ାଗୋଡ଼ ଥାଇ ମୃତ ଶିଶୁ ଜନ୍ମ
ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଯୋଡ଼ାଗୋଡ଼ ଥାଇ ମୃତ ଶିଶୁ ଜନ୍ମ ହୋଇଥିବା ଦେଖାଯାଇଛି। ସିନାପାଲି ବ୍ଲକ କୁସୁମଯୋର ପଞ୍ଚାୟତ ନୂଆଗୁଡ଼ା ଗ୍ରାମର ଜଣେ ଗର୍ଭବତୀ ମହିଳା ପ୍ରସବ ପାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଆଜି ଅପରାହ୍ନରେ ପ୍ରସବ ଯନ୍ତ୍ରଣା ହେବା ପରେ ଏକ ମୃତ ଶିଶୁ ଜନ୍ମ ଦେଇଥିଲେ। ଶିଶୁର ଦୁଇଟି ଗୋଡ଼ ସମ୍ପୂର୍ଣ୍ଣ ଯୋଡ଼ି ହୋଇ ରହିଥିଲା।

ନାଳାରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ ଘଟଣା
ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ବୁଢ଼ାପଡ଼ା ୟୁପି ସ୍କୁଲର ଛାତ୍ର କେଶବ ଜଗତ ମୃତ୍ୟୁ ଘଟଣାକୁ ନେଇ ଆନ୍ଦୋଳନ ତେଜିବାରେ ଲାଗିଛି। ଛାତ୍ରଙ୍କ ପରିବାରକୁ ଉଚିତ ନ୍ୟାୟ ସହ କ୍ଷତିପୂରଣ ପ୍ରଦାନ କରିବାକୁ ଦଳିତ ଅଧିକାର ମଞ୍ଚ ନୂଆପଡ଼ା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ପଦଯାତ୍ରା କରାଯାଇ ଖଡ଼ିଆଳ ଏସ୍‌ଡିପିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପଦଯାତ୍ରାରେ ନିମାଇଁ ଚରଣ ତାଣ୍ଡି, ଜ୍ୟୋତିଲାଲ ବଂଜାରେ, ହେମନ୍ତ ମାନହରେ, ପଦ୍ମନାଭ ଜଗତ, ମାୟାଧର ସୁନାନୀ, ଲିଙ୍ଗରାଜ ଜାଲ, ଅଜାମ୍ବର ତାଣ୍ଡି, ହେମନ୍ତ ତାଣ୍ଡି, ରଞ୍ଜନ ସେନାପତି, ମୁଖା ସୁନାନୀ, କିଶୋର ସାଗର, ରାଜେଶ ବେହେରା, ବିଶ୍ୱ ବେହେରା, ପିଣ୍ଟୁ ନେତାମ, ବୁଦ୍ଧ ପନିକା ଓ ନନ୍ଦଲାଲ ପାଣ୍ଡେଙ୍କ ସମେତ ବହୁ ମହିଳା ପୁରୁଷ ସାମିଲ ହୋଇଥିଲେ। ପ୍ରକାଶ ଯେ, ଗତ ଅଗଷ୍ଟ ୨୧ ତାରିଖ ତୃତୀୟ ଶ୍ରେଣୀ ଛାତ୍ର କେଶବ ଜଗତ (୯) ସ୍କୁଲ ନିକଟ ନାଳାକୁ ଯାଇ ପାଣିରେ ବୁଡ଼ି ଯାଇଥିଲା।

ବିଦ୍ୟୁତ୍‌ ଆଘାତରେ ମହିଳା ମୃତ
ମଣ୍ଡଳ: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ ମଣ୍ଡଳ ପଞ୍ଚାୟତ ରାଢ଼ବାହାଲ ଗାଁରେ ବିଦ୍ୟୁତ୍ ଆଘାତରେ ଗାଁର ମାୟାବତୀ ନାଗ (୪୫ବର୍ଷ)ଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ରାଧାମୋହନ ନାଗଙ୍କ ପତ୍ନୀ ମାୟାବତୀ ଅପରାହ୍ନ ୨ଟାରେ ନୂଆଁଖାଇ ପାଇଁ ଘର ଲିପାପୋଛା କରୁଥିଲେ। ଏହି ସମୟରେ ବିଦ୍ୟୁତ୍ ସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ବେଲପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ତାଙ୍କୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ମାୟାବତୀ ତାଙ୍କ ପଛରେ ଦୁଇ ପୁଅ ଓ ଏକମାତ୍ର ଝିଅକୁ ଛାଡ଼ି ଚାଲିଯାଇଛନ୍ତି। ଏନେଇ ବେଲପଡ଼ା ପୁଲିସ୍ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏଥିସହ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

ପୋଖରୀରେ ବୁଡ଼ି ମହିଳା ମୃତ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଚାନ୍ଦିନୀମାଲ ପଞ୍ଚାୟତର କନ୍ଦାକୁଡ଼ା ଗ୍ରାମରେ ଶୁକ୍ରବାର ପୋଖରୀରେ ବୁଡ଼ି ସବିତା ଧୁରୁଆ (୪୫ ବର୍ଷ)ଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ଆଜି ଅପରାହ୍‌ଣ ପ୍ରାୟ ଦେଢ଼ଟା ବେଳେ ସବିତା ଗାଧୋଇବାକୁ ଗାଁ’ର ଭୁଲିଆ କଣ୍ଟାକୁ ଯାଇଥିଲେ। ତେବେ ଘଣ୍ଟାଏ ପରେ ବି ସେ ଘରକୁ ନ ଫେରିବାରୁ ଖୋଜିବା ପାଇଁ ସ୍ୱାମୀ ରାସନ ଭୁଲିଆ କଣ୍ଟା ନିକଟକୁ ଯାଇଥିଲେ। ତୁଠରେ ସବିତାଙ୍କ ଲୁଗା ଥିବା ଦେଖି ସନ୍ଦେହ ହେବାରୁ ଗ୍ରାମର ଅନ୍ୟ ଦୁଇ ଜଣଙ୍କୁ ଡାକି ପୋଖରୀ ଭିତରେ ଖୋଜାଖୋଜି କରିବାରେ ସବିତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ସବିତାଙ୍କ ମୃତ୍ୟୁ ଦୁର୍ଘଟଣା ନା ଅନ୍ୟ କିଛି ସ୍ପଷ୍ଟ ହୋଇନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ପୁଲିସ୍ କହିଛି।

ଦୁର୍ଘଟଣାରେ ଜଣେ ମୃତ

ଇବ ଥର୍ମାଲ୍: ରେଙ୍ଗାଲି ଥାନା ଅର୍ନ୍ତଗତ ଚିଖିଲାପାଳି ଗ୍ରାମ ନିକଟରେ ଜାତୀୟ ରାଜପଥ ୪୯ ଉପରେ ଏକ ଟ୍ରକ ଚାପାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ଚିଖିଲାପାଲିର ପ୍ରହ୍ଲାଦ ପଟେଲ(୪୩)। କ୍ଷତିପୂରଣ ଦାବିରେ ଅଞ୍ଚଳବାସୀ ଜାତୀୟ ରାଜପଥ ଅବରୋଧ କରି ରଖିଛନ୍ତି। ଗାଡ଼ି ମାଲିକ ଆସି କ୍ଷତିପୂରଣ ଘୋଷଣା ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଦୁର୍ଘଟଣା ଘଟାଇ ଥିବା ଗାଡିର ବୀମା ନ ଥିବା ଜଣାପଡ଼ିଛି।

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧା ମୃତ

ପାଟଣା: ତୁରୁମୁଙ୍ଗା ଥାନା ଚିଲିଦା ଗ୍ରାମର ବନ୍ଧ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ରଦ୍ଧାମଣି ମହାନ୍ତ (୭୫)। ଆଜି ସନ୍ଧ୍ୟା ସାଢ଼େ ୭ଟାବେଳେ ଶ୍ରଦ୍ଧାମଣି ରାସ୍ତା ପାର ହେଉଥିବା ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ତୁରୁମୁଙ୍ଗା ପୁଲିସ ପହଞ୍ଚି ଶବ ଜବତ କରିଛି।

ବିଲରେ ଟଳିପଡ଼ିଲେ ଚାଷୀ
ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦହିବାହାଳି ଗ୍ରାମର ଜଣେ ବ୍ୟକ୍ତିଙ୍କ ଆଜି ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି। ମୃତକ ହେଲେ ମଙ୍ଗୁଳୁ ନାଏକ। ମଙ୍ଗୁଳୁ ଆଜି ବିଲରେ କାମ କରୁଥିବାବେଳେ ହଠା‌ତ୍‌ ପଡ଼ିଯାଇ ଚେତାଶୂନ୍ୟ ହୋଇଥିଲେ। ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଟାୱାର ଭାଙ୍ଗି ୬ ଶ୍ରମିକ ଆହତ

ଇବ୍‌ ଥର୍ମାଲ: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ପିପିଲିକାନି ଗ୍ରାମ ନିକଟରେ ଆଇବିୟୁଏଲ ତଥା ଜେଏସଡବ୍ଲୁ କମ୍ପାନିର ଟାୱାର ମରାମତି କାର୍ଯ୍ୟ ଚାଲୁଥିବା ସମୟରେ ହଠାତ୍ ୪୦୦ କେଭି ବିଦ୍ୟୁତ୍ ଟାୱାର ଭାଙ୍ଗିଯିବା ଫଳରେ କାର୍ଯ୍ୟରତ ୬ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନେ ହେଲେ ପଶ୍ଚିମବଙ୍ଗର କୈଳାସ ଟୁଡୁ (୩୦), ସୋହେଲ ଶୈଖ୍(୨୯), ଜିତୁ ସୋଭେନ (୩୦), ଅନୀଲ ସୋଭେନ (୨୩), ମହମ୍ମଦ ସଦାବ ଶୈଖ୍(୨୮) ଓ ହସନ ଶୈଖ୍ (୧୮) ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ସହାଜବାହାଲସ୍ଥିତ ଇଣ୍ଡ ବାରାଥ୍ ଏନର୍ଜି (ଉତ୍କଳ) ଲିମିଟେଡ୍ (ଆଇବିୟୁଏଲ) ତଥା ଜେଏସଡବ୍ଲୁ କମ୍ପାନି ପକ୍ଷରୁ ପିପିଲିକାନିଠାରେ ଥିବା ଟାୱାର ମରାମତି କାର୍ଯ୍ୟ ପାଇଁ ୩୫ ଜଣ ଶ୍ରମିକ କାର୍ଯ୍ୟରତ ଥିଲେ। ପଶ୍ଚିମବଙ୍ଗ ବିଭିନ୍ନ ଜିଲ୍ଲାର ୯ ଜଣ ଠିକା ଶ୍ରମିକ ସେହି ଟାୱାର ଉପରକୁ ଚଢ଼ି ମରାମତି କରୁଥିଲେ। ତେବେ ଅପରାହ୍ନ ପ୍ରାୟ ସାଢ଼େ ୩ଟାରୁ ୪ଟା ମଧ୍ୟରେ ହଠାତ୍ ସେହି ଟାୱାରଟି ଭାଙ୍ଗି ପଡ଼ିଥିଲା। ଫଳରେ ସମସ୍ତ ଶ୍ରମିକ ଟାୱାର ଉପରୁ ତଳକୁ ଖସିପଡ଼ି ଥିଲେ। ଫଳରେ ୬ ଜଣ ଶ୍ରମିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ବେଲପାହଡ଼ସ୍ଥିତ ଟିଆରଏଲ କ୍ରୋସାକି ଡାକ୍ତରଖାନାକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe