ପାଳ ଗଦାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Advertisment
ପାଳ ଗଦାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନୂଆପଡ଼ା: ଜିଲ୍ଲା କୋମନା ଥାନା ଅନ୍ତର୍ଗତ କାଣ୍ତେତରା ଗାଁର ଏକ ପାଳ ଗଦାରୁ ଜଣେ  ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୢତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ କାଣ୍ତେତରା ଗାଁର ୪୫ ବର୍ଷ ବୟସ୍କ ନକୁଳ ଭୋଇ ବୋଲି ଜଣା ପଡ଼ିଛି। ଆଜି ସକାଳୁ ପାଳ ଗଦା ଜଳୁଥିବା ବେଳେ ସେଥିରୁ ଦୁର୍ଗନ୍ଧ ବାହାରୁ ଥିବା ଜାଣି ଲୋକେ ପାଖକୁ ଯାଇଥିଲେ। ପାଳ ଗଦାରୁ ନକୁଳଙ୍କ ଦରପୋଡ଼ା ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ।

ପରେ ଏନେଇ ଗାଁ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଏହା ଏକ ହତ୍ୟାକାଣ୍ତ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe