କୂଅରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର

କୂଅରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର

Image Courtesy of The Indian Express

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ବିରୁନପଦର ଗାଁରେ କୂଅରୁ ଜଣେ ୯ ମାସର ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ମୃତକ ଶିଶୁପୁତ୍ର ଗାଁର ଅଭିମନ୍ୟୁ ପଟେଲଙ୍କ ପୁଅ ସୌମ୍ୟ ପଟେଲ। ଏବେ କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆଜି ପୂର୍ବାହ୍ନରେ କୋମନା ଥାନା ବିରୁନପଦର ଗାଁର ଏକ ଖୋଲା କୂଅରେ ଜଣେ ୯ ମାସର ଶିଶୁପୁତ୍ର ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମଧ୍ୟାହ୍ନରେ କୋମନା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ରକୁ କୂଅରୁ ଉଦ୍ଧାର କରିଥିଲେ। ତେବେ ଉଦ୍ଧାର ପୂର୍ବରୁ ଶିଶୁପୁତ୍ରର ମୃତ୍ୟୁ ହୋଇ ସାରିଥିଲା। ଏବେ କୋମନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ କିଭଳି ସ୍ଥିତିରେ ଶିଶୁପୁତ୍ର କୂଅରେ ପଡ଼ିଲା, ତାର କାରଣ ଅସ୍ପଷ୍ଟ ରହିଛି। ଶିଶୁଙ୍କୁ କେହି କୂଅରେ ଫିଙ୍ଗି ଦେଇଥିବା ଅନୁମାନ ହେଉଛି। ତେବେ କାହିଁକି ଓ କିଏ ୯ ମାସର ଶିଶୁକୁ କୂଅରେ ଫିଙ୍ଗିଲା ତାକୁ ନେଇ ପ୍ରଶ୍ନ ଉଠୁଛି। ଏଭଳି ଘଟଣାର ବିଭିନ୍ନ ଦିଗ ଉପରେ ପୁଲିସ ଛାନଭିନ ଚଳାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe