ନୂଆପଡ଼ା: ବିଶାଖାପାଟଣା - ରାୟପୁର ରେଲୱେଲାଇନ ଟ୍ରାକରୁ ଏକ ଅଜଣା ଶବ ଠାଵ ହୋଇଛି। ନୂଆପଡ଼ା ରେଳଷ୍ଟେସନରୁ ୩କିମି ଦୂରରେ ଅବସ୍ଥିତ ଭେରା ଗାଁ ନିକଟର ରେଲୱେଲାଇନ ଟ୍ରାକରେ ଅଜଣା ଶବ ପଡ଼ିରହିଥିବା ନେଇ ସ୍ଥାନୀୟ ଲୋକେ ଦେଖି ଭୟଭୀତ ହୋଇଥିଲେ। ପରେ ସେମାନେ ନୂଆପଡା ପୁଲିସକୁ ଖବର ଦେବା ପରେ ନୂଆପଡ଼ା ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ରେଳବାଇ ପୁଲିସକୁ ଖବର ଦିଆଯାଇଛି। ବିଳମ୍ବରେ ରେଳବାଇର ପୁଲିସର ଜଣେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜଗି ରହିଥିବା ଜଣା ପଡ଼ିଛି। ଦିନ ୧୨ଟା ଯାଏ ମୃତକଙ୍କର ପରିଚୟ ଜଣା ପଡ଼ିନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us