new indian express
ନୂଆପଡ଼ା: ଖଡ଼ିଆଳ ଥାନା ଗୋଇମୁଣ୍ଡି ଗ୍ରାମର ଯୁବକ ବିନାୟକ ସିଂ ଚଲାନ (୧୯) ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗୋଇମୁଣ୍ଡି ଗ୍ରାମର ଡା. ବିଜୟ କିଶନ ଚଳାନଙ୍କ ପୁତ୍ର ବିନାୟକ ଖଡ଼ିଆଳ ବ୍ଲକ୍ କଲୋନିରେ ରହୁଥିବା ବେଳେ କୌଣସି କାରଣରୁ ଆତ୍ମହତ୍ୟା କରିଛନ୍ତି।
ଏନେଇ ଖଡ଼ିଆଳ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ରଞ୍ଜିତ ରାଉତ ଖଡ଼ିଆଳ ଥାନାରେ ଅଭିଯୋଗ ପରେ ଖଡ଼ିଆଳ ପୁଲିସ ଘଟଣାରେସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିବା ଏଏସ୍ଆଇ ଦେବାର୍ଚ୍ଚନ ମାଝୀ କହିଛନ୍ତି।
Follow Us